ଭାଜପାର ବିଜୟ ସଂକଳ୍ପ ପ୍ରଥପ୍ରାନ୍ତ ସଭା ପାଇଁ ପ୍ରସ୍ତୁତି
ଭାଜପାର ବିଜୟ ସଂକଳ୍ପ ପ୍ରଥପ୍ରାନ୍ତ ସଭା ପାଇଁ ପ୍ରସ୍ତୁତି
Manas Kumar Rout |
March 10, 2019 |
ଯାଜପୁର, ୧୦/୩ (ସନ୍ଧାନ ନିୟୁଜ/ ଜେ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱର ମନ୍ଦିର ପରିସରରେ ଭାଜପା ପକ୍ଷରୁ ଆଜି ବିଜୟ ସଂକଳ୍ପ ପ୍ରଥପ୍ରାନ୍ତ ସଭାପାଇଁ ଏକ ପ୍ରସ୍ତୁତି ବୈଠକ ମଣ୍ଡଳ ସଭାପତି ରଶ୍ମୀରଂଜନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ୩୪ନଂ ଜୋନ ପ୍ରଭାରୀ ରଘୁନାଥ ବେହେରା ଯୋଗଦେଇ ବିଜୟ ସଂକଳ୍ପ ସଭା ଚଳିତ ମାସ ୧୬ ଓ ୧୭ ତାରିଖ ୨ଦିନ ଧରି ଚାଲିବ । କାର୍ଯ୍ୟକ୍ରମ ଜରିଆରେ ଜନ ସଚେତନତା ସୃଷ୍ଟି କରାଯିବା ସହ ଦଳ ସପକ୍ଷରେ ସମର୍ଥନ ବୃଦ୍ଧି କରିବା ପାଇଁ ଭୋଟରମାନଙ୍କୁ ନିବେଦନ କରାଯିବ । ଉକ୍ତ ବୈଠକରେ ଯୁବ ମୋର୍ଚ୍ଚା ସଭାପତି ମଂଟୁ ସାମଲ, ମହିଳା ସଭାନେତ୍ରୀ ଜୟନ୍ତି ସ୍ୱାଇଁ, ୯ଟି ପଂଚାୟତର ସଭାପତି, ଉପ-ସଭାପତି, ପ୍ରଭାରୀ, ଯୁବମୋର୍ଚ୍ଚା ସଭାପତି ପ୍ରମୁଖ ଯୋଗଦେଇ ଆଲୋଚନା ଭାଗନେଇ ମତ ରଖିଥିଲେ । ଦଳ ପକ୍ଷରୁ ୧୬ ତାରିଖ ଦିନ ବାରବାଟୀ ପଂଚାୟତରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରସୁଲପୁର ବ୍ଲକ ଶାଖାରୁ ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ସାମିଲ ହୋଇଥିବା ୯ଟି ପଂଚାୟତରେ ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
Related Posts
About The Author