ବରୀ,୨୧/୧୦(ସନ୍ଧାନ ନିୟୁଜ)ଯାଜପୁର ଜିଲ୍ଲା ବରୀ ବ୍ଲକ ଧାରପୁର ପଂଚାୟତର ୧୧ ନଂ ରହୁଥିବା ଅମୂଲ୍ୟ ମଲ୍ଲିକ ସରକାରୀ ଯୋଜନାରୁ ଗୃହ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଦିନ ମଜୁରିଆ ହୋଇଥିବାରୁ ପରିବାର ଜଳାଇବା ତାଙ୍କ ପକ୍ଷେ କଷ୍ଟକର ହେଉଥିବା ବେଳେ ଘର କରିବା ସ୍ୱପ୍ନ ପାଲଟିଛି । ପକ୍କାଘରଟିଏ କରି ନ ପାରିବାରୁ ସ୍ତ୍ରୀ ଦୁଇ ଝିଅ ଓ ପୁଅଙ୍କୁ ଝାଟିମାଟି ଘରେ ରହୁଥିବା ଅମୂଲ୍ୟ କହିଛନ୍ତି । ସେ ସରକାରଙ୍କ ମୋକୁଡିଆ,ପ୍ରଧାନମନ୍ତ୍ରୀ ଗ୍ରାମିଣ ଆବାସ,ବିଜୁ ପକ୍କାଘର ଯୋଜନାରେ ଅଦ୍ୟାବଧି ସାମିଲ ହୋଇ ପାରି ନାହାନ୍ତି । ଏପରିକି ଫନି ବାତ୍ୟାରେ କୁଡିଆ ଘର ଭାଙ୍ଗି ଯାଇଥିଲେ ମଧ୍ୟ ସହାୟତା ପାଇ ପାରିନାହାନ୍ତି । ଘରଭାଙ୍ଗିବା ବାବଦରେ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ବି ଖଣ୍ଡେ ପଲିଥିନ ମଧ୍ୟ ଯୋଗାଇ ଦିଆଯାଇ ନ ଥିବା ସେ କହିଛନ୍ତି । ନିଜର ବାସ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରଠାରୁ ଆରମ୍ଭ କରି ବରି ବିଡିଓଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ହେଲେ ବର୍ତମାନ ପର୍ଯ୍ୟନ୍ତ କୋ÷ଣସି ସୁଫଳ ପାଇପାରିନାହାନ୍ତି । ସରକାରୀ ଯୋଜନା କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ମାସକୁ ୨୫ କିଗ୍ରା ଚାଉଳ ପାଉଥିବା କହିଛନ୍ତି । ଏ ସମ୍ପର୍କରେ ବରୀ ବିଡିଓ ଶୁଭଶ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ,ଅଭିଯୋଗ ମୁତାବକ ଯଦି ଉକ୍ତ ବ୍ୟକ୍ତିଙ୍କର ବାସଗୃହ ନ ଥାଏ ତାହେଲେ ସରକାରୀ ନିୟମ ଅନୁଯାୟୀ ଖୁବଶିଘ୍ର ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ତାଜା ଖବର
- ଜାରକା -ମଞ୍ଜୁରୀପଡା ନଦୀବନ୍ଧରେ ଶତାଧିକ ହମ୍ସ: ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା,,
- ଅପରିଷ୍କାର ପରିବେଶ ରେ ପଡ଼ି ରହିଛି କରମଡିହି ଶୌଚାଳୟ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଓଡିଶା ରେ ଗ୍ୟାସ ସିଲିଣ୍ଡର ର ଅଭାବ ନାହିଁ
- ମାରୁତି କୃପା ପରିଷଦ ଆନୁକୁଲ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ
- ବ୍ରହ୍ମବରଦା ତାରିଣୀ ଛକରେ ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
- ବ୍ରହ୍ମବରଦା ଥାନା ହାଜତରୁ ଆସାମୀ ଚମ୍ପଟ ୩ ପୋଲିସ୍ ନିଲମ୍ବିତ
- କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଅସମ୍ଭାଳ ଭିଡ଼, ଡାକ୍ତର ନିହାର ରଞ୍ଜନ କରଙ୍କ ସେବା ପାଇଁ ଛୁଟୁଛି ସୁଅ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ମଙ୍ଗଳପୁର ପଣ୍ଡା ସାହିରେ ଭାଗବତ ସପ୍ତାହ



