ବ୍ୟାଟେରୀ ଚାଳିତ ସଫେଇଗାଡି ଉଦଘାଟିତ

Spread the love

କେନ୍ଦ୍ରାପଡା,, ୦୯/୦୨/୨୦ (ସନ୍ଧାନ ନିଉଜ) : କେନ୍ଦ୍ରାପଡା ପୋରସଂସ୍ଥା ପକ୍ଷରୁ ଶନିବାର ଅଳିଆ ଆବର୍ଜ୍ଜନା କୁ ପରିବହନ କରିବା ପାଇଁ ଏକ ନୂତନ ବ୍ୟାଟେରୀ ଚାଳିତ ଯାନ ଉଦଘାଟିତ ହୋଇଯାଇଛି। ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଏହି ଯାନକୁ ଉଦଘାଟନ କରିଥିଲେ। ପ୍ରଥମେ ଏହି ଯାନକୁ ସ୍ୱଛସାଥୀ ତଥା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଚଳାଇ ଅଳିଆ ଆବର୍ଜ୍ଜନା ପରିବହନ କରିବେ।

ପ୍ରଥମେ ଏଭଳି ଗୋଟିଏ ଯାନକୁ ଅଣାଯାଇ ପରୀକ୍ଷାମୂଳକ ଭାବରେ ଏଠାରେ ଦେଖାଯାଉଛି। ପରେ ଏଭଳି ୩/୪ଟି ଯାନ ଆସିବାର ଅଛି। ପୈାରସଂସ୍ଥାର ୪ଟି ୱାର୍ଡ ନିମନ୍ତେ ଗୋଟିଏ କରି ଏଭଳି ଯାନ ମହିଳା ମହାସଙ୍ଗର ସ୍ୱଚ୍ଛସାଥୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଚଳାଇବା ପାଇଁ ଦିଆଯିବ ବୋଲି ପୋର ନିର୍ବାହୀ ଅଧିକାରୀ ଶ୍ରୀ ବଳ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୋର କର୍ମଚାରୀ ଭୂବନମୋହନ କାନୁନଗୋ, ମନୋରଞ୍ଜନ ଦାସ, ଗଣେଶ ଚନ୍ଦ୍ର ପାତ୍ର, ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ପ୍ରତିନିଧି, ସ୍ୱଚ୍ଛସାଥୀମାନେ ଉପସ୍ଥିତ ଥିଲେ।

Related Posts

About The Author

Add Comment