ବଡ଼ସାହି,୨୫/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)- ସ୍ଥାନୀୟ ତହସିଲ ଅଧୀନ ଚନ୍ଦନପୁର ଫଚାୟତ ଗୁଣାଗମ୍ଭାରିଆ ସରକାରୀ ବାଲି ଘାଟରେ ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ବାଲି ଖାଦାନରୁ ବାହାରୁ ଥିବା ମୁଖ୍ୟ ରାସ୍ତାଟି ଗ୍ରାମ ମଧ୍ୟ ଦେଇ ଯାଇଥିବାରୁ ଗ୍ରାମବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ଫଳରେ ଲିଜଧାରୀ ନିଜ ଖର୍ଚ୍ଚରେ ପଣ୍ଡପାଳ ଦେଇ ରାସ୍ତା ତିଆରି କରୁଥିବା ବେଳେ ବୁଧବାର ସନ୍ଧ୍ୟା ସମୟରେ କିଛି ଲୋକ ବାଲିଘାଟକୁ ଯାଇ ରାସ୍ତା କାମରେ ନିୟୋଜିତ ଥିବା ୨ଟି ଜେସିବି ମେସିନ ଓ ୪ଟି ଟ୍ରକକୁ ଅଟକାଇଥିଲେ। ଏହାକୁ ନେଇ ଲିଜଧାରୀ ଓ ଉପସ୍ଥିତ ଲୋକଙ୍କ ମଧ୍ୟରେତିକ୍ତତା ପ୍ରକାଶ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ଉଭୟ ମେସିନ ଓ ଟ୍ରକଗୁଡିକୁ ଜବତ କରିଛି । ପ୍ରଶାସନ ପକ୍ଷରୁ ୧ଲକ୍ଷ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।ସୂଚନା ମୁତାବକ ଟୁଣାଗମ୍ଭାରିଆ ଖାଦାନକୁ ଯାଇଥିବା ମୁଖ୍ୟ ରାସ୍ତାଟି ଗ୍ରାମ ମଧ୍ୟ ଦେଇ ଯାଇଥିବାରୁ ଅଣଓସାରିଆ ରାସ୍ତାରେ ଗାଡି ଯିବା ଆସିବା କରିବା ଦ୍ବାରା ଗ୍ରାମବାସୀ ସେପଟେ ଗାଡି ଚଳାଚଳ ବନ୍ଦ କରିବା ପାଇଁ ବାରମ୍ବାର ବିରୋଧ ପ୍ରଦର୍ଶନ କରି ଆସୁଥିଲେ। ଲିଜଧାରୀଙ୍କ କହିବାନୁଯାୟୀ ୭୨ଲକ୍ଷ ଟଙ୍କା ସେରାତ ବାବଦରେ ଜମା ଦେଇ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ସେ ଘାଟ ଚଳାଇ ନ ପାରି ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ପ୍ରଶାସନ ସେଦିଗରେ ତାଙ୍କୁ କୌଣସି ସହଯୋଗ କରିନଥିଲେ । ଫଳରେ ଘାଟି ଅବଧୂ ପୁରିବାକୁ ଆଉ ୩ ମାସ ଥିବାବେଳେ ବାଧ୍ୟ ହୋଇ ସେ ପଣ୍ଡପାଳ ଦେଇ ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କରୁଥିଲେ । ବୁଧବାର ସନ୍ଧ୍ୟାଠାରୁ ଜବତ ଗାଡିଗୁଡିକୁ ପୁଲିସ ଜଗିରହିଥିବା ବେଳେ ବଡ଼ସାହି ତହସିଲଦାର ମମତାଜ ମହାରଣା, ଆଡିସନାଲ ତହସିଲଦାର ପୃଥୀରାଜ ପରିଡା ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଓ ଲିଜଧାରୀଙ୍କୁ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ନଦୀ ଉପରେ ବେଆଇନ ରାସ୍ତା ନିର୍ମାଣ ବାବଦରେ ଆଡିସନାଲ ତହସିଲଦାରଙ୍କ ରାସ୍ତା ନିର୍ମାଣ ନେଇ ସହ ଲିଜଧାରୀଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମାଧପୁର ଫଚାୟତର ଆରପଟା ସରକାରୀ ବାଲି ଘାଟରେ ବେଆଇନ ନିର୍ମାଣ ହୋଇଥିବା ପୋଲ ନିର୍ମାଣ ସମ୍ପର୍କରେ ପ୍ରଶ୍ନ ଉଠାଇବା ସହିତ ତହସିଲ କାର୍ଯ୍ୟାଳୟରୁ ମାତ୍ର ୨କିମି ଦୂରରେ ଅବସ୍ଥିତ ସୈରାତ ପ୍ରତି ପ୍ରଶାସନର ଦୃଷ୍ଟି ପଡୁନଥିବା ନେଇ ପ୍ରସଙ୍ଗ ଉପସ୍ଥାପନା କରିଥିଲେ । ତେବେ ଆରପଟା ଘାଟରେ ବୁଢାବଳଙ୍ଗ ନଦୀ ଉପରେ ବର୍ଷ ଧରି ନିୟମକୁ ଉଲ୍ୟଘନ କରି ପୋଲ ନିର୍ମାଣ ପୂର୍ବକ ବାଲି ଉତ୍ତୋଳନ କରାଯାଉଥିଲେ ମଧ୍ୟ ପ୍ରଶସନ ଚୁପ ବସିବା ନେଇ ଲିଜଧାରୀ ପ୍ରତିଅଭିଯୋଗ କରିଥିଲେ। ତେବେ କେତେକ ସୈରାତିରେ ବେଆଇନ ଭାବେ ବାଲି ଉତୋଳନକୁ ବିରୋଧ କରାନଯାଇ ସଲାସୁତୁରାରେ ପ୍ରଶାସନ ପ୍ରଶୟ ଦେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲା ପ୍ରଶାସନ ପକ୍ଷରୁ ବେଆଇନ ଉତ୍ତୋଳନ ପ୍ରତି ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଚୋରା ଓ ବେଆଇନ ଉତୋଳନକୁ ରୋକ ଲଗାଯାଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ବାଲିଘାଟ ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ
|
December 25, 2020 |


