ବାଇକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

Spread the love

ସୁନ୍ଦରଗଡ ତା:୧୫/୧୨/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ)  ଆଗକୁ ଆସୁଛି ବଡଦିନ ସହିତ ନୁତନ ବର୍ଷ ,ତାକୁ ନେଇ ରାଜ୍ୟର ୨୪ ରେ ଅନବରତ ଗହଳି ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ପ୍ରାୟ ସାଢେ଼ ତିନିଟା ପାଖାପାଖି  ସବଡେଗା ବ୍ରିଜ୍ ପାଖରେ ଥିବା ବୁଲାଣୀ ରେ ବାଇକ ରେ ଏକ ଦୁର୍ଘଟଣା ଘଟିଯାଇଛି ।ଏହି ଦୁର୍ଘଟଣାରେ ଦୁଇଜଣ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ସୂଚନା ଥିବା ବେଳେ ଆଉ ଜଣେ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ଓ.ଡି୧୬ ଜେ ୮୮୩୨ ଏଚ.ଏଫ ଡିଲକ୍ସ ବାଇକ୍ ସହ ଅନ୍ୟ ବାଇକ୍ ନମ୍ବର ଓ.ଡି  ଜେ ୦୩୨୪ ଦୁର୍ଘଟଣା ଘଟିଥିଲା । ଜଣେ ମୃତକଙ୍କ ଚିହ୍ନଟ ହୋଇ ନ ଥିବା ବେଳେ ଅନ୍ୟ ଜଣେ କୁମାର ମାଝୀ ବୋଲି ଜଣାପଡିଛି ତା ସହିତ ଆହତ ବ୍ୟକ୍ତି ଚନ୍ଦ୍ର ଡନସନା ଧୁଡି ନୂଆ ଗାଁ  ର ବୋଲି ସୂଚନା ରହିଛି ।ଘଟଣା ସ୍ଥଳରେ ଅଗ୍ନିସମ ବିଭାଗକୁ ଅବଗତ ପରେ  ତତ୍ପରତା ର ସହ ଉଦ୍ଧାର କରି ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇବା ସହିତ ତଳସରା ଥାନାକୁ ଏହି ଦୁର୍ଘଟଣା ବିଷୟରେ ଅବଗତ କରାଇଥିଲେ । ଘଟଣା ସ୍ଥଳରେ  ତଳସରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି

Related Posts

About The Author

Add Comment