ସୁନ୍ଦରଗଡ଼ ତା:୨୧/୧/୨୦୨୪( ସନ୍ଧାନ ନିଉଜ/ ରାଜୁ ପଟେଲ) ଅଯୋଧ୍ୟା ରେ ଭଗବାନ ଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେଉଥିବା ବେଳେ ଦେଶ ର କଣ ଅନୁକୋଣ ର ଦେବସ୍ଥଳୀ, ମଠ, ମନ୍ଦିର ମାନଙ୍କରେ ରାମ ନାମ ରେ କମ୍ପି ଉଠୁଛି ସାରା ଦେଶ l ଜାଗା ଜାଗାରେ ଅର୍ଣ୍ଣ ଭଣ୍ଡାର ଖୋଲି ଭକ୍ତ ମାନଙ୍କୁ ଅର୍ଣ୍ଣ ଦାନ କରୁଛନ୍ତି ଯଜମାନ ମାନେ l ଏହି ଅବସରରେ ଆଜି ଆମର ସନ୍ଧାନ ନିୟୁଜ ଟିମ ଗାଁ ପରିକ୍ରମା ରେ ବାଲିଶଙ୍କରା ବ୍ଲକ ବନଡେଗା ଗ୍ରାମ ପଂଚାୟତ ର କୁବା ପଡା ଗ୍ରାମରେ ପହଞ୍ଚି ଥିଲେ l ଏଠାରେ ଦେଖିବାକୁ ପାଇଲୁ କିଏ ଗ୍ରାମ ର ଅସଂଖ୍ୟ ଭକ୍ତ ମାନେ ମିଶି ଏଠାରେ ମଧ୍ୟ ଏକ ରାମ ମନ୍ଦିର ନିର୍ମାଣ କରି ଆଜି ଏହାର ପ୍ରତିଷ୍ଠା ଶୁଭାରମ୍ଭ କରି ଥିଲେ।ସମସ୍ତ ବିଶ୍ୱ ରାମମୟ ହୋଇଥିବା ଅବସରରେ ଆଜି ବନଡେଗାରେ ଅଯୋଧ୍ୟାର ରୀତିମତ ଅନୁଯାଇ ନୂତନ ମନ୍ଦିର ସ୍ଥାପନ କରାଯାଇ ମହାପ୍ରଭୁ ଶ୍ରୀ ରାମଙ୍କ ପ୍ରଥମ ଦିନରେ ପ୍ରଭୁ ଶ୍ରୀ ରାମଙ୍କ ମୂର୍ତ୍ତି ର ନଗର ଭ୍ରମଣ, ଦ୍ଵିତୀୟରେ ଅଭିବାସ କାର୍ଯ୍ୟକ୍ରମ ଓ ତୃତୀୟ ଦିନରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ଅଯୋଧ୍ୟାର ପ୍ରାଣ ପ୍ରତିଷ୍ଠା ଅନୁରୂପ ହେବ। ଶ୍ରୀ ରାମଙ୍କ କାର୍ଯ୍ୟକୁ ଅନୁକରଣ କରିବା ସହିତ ଜୀବନରେ ତାହା ସଂଚାର କରିବା ଏକମାତ୍ର ଲକ୍ଷ୍ୟ।
ବନଡେଗାରେ ଅଯୋଧ୍ୟାର ରୀତିମତ ଅନୁଯାଇ ନୂତନ ମନ୍ଦିର ସ୍ଥାପନ
|
January 22, 2024 |