ପ୍ରଣବ ପ୍ରକାଶ ଦାସଙ୍କ ଘରେ ବିଜେଡ଼ି ନେତାଙ୍କ ଭିଡ଼ ଜମିଲା

Spread the love

ଯାଜପୁର ସଦର, :୧୫/୪/୨୬ (ସନ୍ଧାନ ନ୍ୟୁଜ )  ବିଜୁ ଜନତା ଦଳର ପୂର୍ବତନ ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଘରେ ଯାଜପୁର ଜିଲ୍ଲାର ଆଗୁଆ ବିଜେଡ଼ି ନେତା ବିଜୁ ଜନତାଦଳର ସାରଥି ବବିଦାସଙ୍କ ଘରେ ଭିଡ଼ ଦେଖିବାକୁ ମିଳିଥିଲା । ଯାହାକି ଯାଜପୁର ସହରର କାଳିମେଗାସ୍ଥିତ ପ୍ରଣବ ପ୍ରକାଶ ଦାସଙ୍କ ଘରେ ରବିବାର ଅପରାହ୍ନରେ ଜିଲ୍ଲା ବିଜେଡ଼ିନେତାଙ୍କ ବୈଠକ ଅନୁଷ୍ଟିତ ହୋଇଥିବା ବେଳେ, ଏହି ବୈଠକର ରାତି ସାଢ଼େ ଆଠଟା ପର୍ଯ୍ୟନ୍ତ ହୋଇଥିବା ସୂଚନା ମିଳିଚି । ଏହି ବୈଠକରେ ଯାଜପୁର ୭ଟି ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଏକାଠି ହୋଇଥିବା ବେଳେ, କେଉଁ ଉଦ୍ୟଶ୍ୟ ରଖି ଏହି ବୈଠକ କରାଯାଇଥିବା ଏହି ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଚି । ଏହି ବୈଠକରେ ପୂର୍ବତନ ଏମପି ଶର୍ମିଷ୍ଠା ସେଠି, ଯାଜପୁର ବିଞ୍ଝାରପୁର ଟାଇଗର ପ୍ରମିଳା ମଲିକ ବିଧାୟୀକା ଯୋଗ ଦେଇଥିଲେ । ସେହିପରି ଯାଜପୁର ନବ ନିର୍ବାଚିତ ଏସଏଜି ମହିଳାଙ୍କ ସଭାନେତ୍ରୀ ହୋଇଥିବା ବିଧାୟୀକା ସୁଜାତା ସାହୁ, ଯାଜପୁର ଜିଲ୍ଲାରେ ରେକର୍ଡ଼ ସୃଷ୍ଟି କରିଥିବା ବରୀ ବିଧାୟକ ବିଶ୍ୱରଂଜନ ମଲିକ ଯୋଗଦେଇଥିଲେ । ଧର୍ମଶାଳାର କର୍ମବୀର ପୂର୍ବତନ ବିଦାୟକ ପ୍ରଣବ ବଳବନ୍ତରାୟ(ଜିତୁ) ସେହିପରି ପୂର୍ବତନ ବିଜେଡ଼ି ସଭାପତି ସରୋଜ ମହାପାତ୍ର ଯୋଗଦାନ କରିଥିଲେ । ବଡ଼ଚଣାର ଯୁବନେତା ରାଜନାରାୟଣ ମହାପାତ୍ର ଯୋଗଦେଇଥିଲେ । ସୁକିନ୍ଦା ରଥର ସାରଥି ପୂର୍ବତନ ବିଧାୟକ ପୂର୍ବତନ ମନ୍ତ୍ରୀ ପ୍ରିତ୍ତିରଂଜନ ଘଡ଼େଇ(ଡାନି) ଏହି ବୈଠକରେ ଅନୁପସ୍ଥିତ ରହିôତବା ବେଳେ, ବିଭିନ୍ନ ମହଲରେ ଚର୍ଚ୍ଚା ହେଉଚି । ଏଠାରେ ସୂଚନା ଯୋଗ୍ୟ ଯେ, ବିଜେପିର ରାଜ୍ୟସଭାସାଂସଦ ମନମୋହନ ସାମଲଙ୍କ ନିଜ ଭଣଜା(ଡାନି)ହୋଇଥିବା ବେଳେ, ସେହି ଦୃଷ୍ଟିରୁ ଜିଲ୍ଲା ବିଜେଡ଼ିର ଗୁରତ୍ୱପୂର୍ଣ୍ଣ ବୈଠକରେ ଅନୁପସ୍ଥିତ ରହିବା ବଡ଼ ଆଶ୍ଚର୍ଯ୍ୟ କରିଦେଇଚି । ପ୍ରଣବ ପ୍ରକାସ ଦାସଙଦକ ଉପରେ ଅସନ୍ତୋଷ ରହିôତବା ପ୍ରତିରଂଜନ ଘଡ଼େଇ ପୂର୍ବ ନିର୍ବାଚନରେ ଅସନ୍ତୋଷ ରହିତରବା କୁହାଯାଉଚି । ଏଠାରେ ସୂଚନା ଯୋଗ୍ୟ ଯେ, କୋରେଇ ନିର୍ବାଚନ ମଣ୍ଡଳୀରେ ସେଦିନେ ବିଧାୟକ ରହିଥିଲେ । ଯାହାକି ତାଙ୍କ ଧର୍ମପତ୍ନୀକୁ ଏଠାରୁ ପ୍ରାଥ୍ରୀ କରିବା ପାଇଁ ଶ୍ରୀ ଘଡ଼େଇ ଚାହୁଁଥିବା ବେଳେ, ସାଙ୍ଗଠାନିକ ସଂମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାକୁ ପ୍ରାର୍ଥି କରିଥିଲେ । ଯାହାକି ସେତେବେଳେ ଯାଜପୁର ଜିଲ୍ଲାର ବିଜେଡ଼ି ସାରଥି ରହିଥିବା ପ୍ରଣବ ପ୍ରକାଶ ଦାସ କ୍ଷମତାର ଅଧିକାରୀ ହୋଇଥିବା ବେଳେ, ସେଥିପାଇଁ ଶ୍ରୀ ଘଡ଼େଇ ଏହି ବୈଠକକୁ ନଆସିବା ପ୍ରଶ୍ନବାଚୀ ସୃଷ୍ଟି କରିଚି । ଯାହାକି ଉକ୍ତ ବୈଠକରେ ଆସନ୍ତା ୨୮ ତାରିଖ ୨୯ ତାରିଖରେ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯିବା ପାଇଁ ପ୍ରସ୍ତୁତିର ସୂଚନା ମିଳିଚି । ଯାହାକି ଯାଜପୁର ଜିଲ୍ଲାରେ ଆଇନି ଶୃଙ୍ଖଳା ବାଟବଣା ହୋଇଥିବା ବେଳେ, ଖଣିଲୁଟ ଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ଦେଇ ଗତି କରୁଥିବା ଏନେଇ ଯାଜପୁର ଜିଲ୍ଲା ଏସପିଙ୍କୁ ଅବଗତ କରାଯାଇଥିଲା । ଏନେଇ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନଗ୍ରହଣ କଲେ ବିଜେଡ଼ି ଆଗାମୀ ଦିନରେ ଆନ୍ଦୋଳନ କରିବା ବୋଲି ବୈଠକରେ ନିଷ୍ପତି କରାଯାଇଥିଲା । ମନ୍ଦିର ପରିକ୍ରମା ପ୍ରକଳ୍ପ ଖଣ୍ଡେଲାଇଟି ଉପରେ ଆଲୋଚନା ହୋଇଥିବା ବେଳେ, ଏନେଇ ପ୍ରଣବ ପ୍ରକାଶଙ୍କ ଦାଦା ଏହା ପୂର୍ବରୁ ଗଣମାଧ୍ୟକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment