ପୂଜା’ ସ୍ପଞ୍ଜ ଆଇରନ କାରଖାନାରେ ଅଣନିଃଶ୍ୱାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ 

Spread the love

ରାଉରକେଲା, ୭/୧/୨୦ (ସନ୍ଧାନ ନିଉଜ) : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରେ ଥିବା ‘ପୂଜା’ ସ୍ପଞ୍ଜ ଆଇରନ କାରଖାନାରେ ଅଣନିଃଶ୍ୱାସୀ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଅଜୟ ସମଦ ଏବଂ ଫ୍ରାନସିସ୍ କେର୍କେଟା। ଅଜୟ ଓ ଫ୍ରାନସିସ୍ କାରଖାନାର ଫରନେସ୍‌ ସଫା କଲା ବେଳେ ଅଣନିଃଶ୍ୱାସୀ ହୋଇ ସଂଜ୍ଞାହୀନ ହୋଇଯାଇଥିଲେ। ଉଭୟଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ କାରଖାନା ପରିସରରେ ଓ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Related Posts

About The Author

Add Comment