କନ୍ଧମାଳ/ବାଲିଗୁଡା: ୧୨/୧/୨୦୨୦ (ସନ୍ଧାନ ନିଉଜ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ଥାନା ଝାଳିପଡ଼ା ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା, ମାନସିକ ବିକୃତ ପୁଅର ଧାରୁଆ ଅସ୍ତ୍ରରେ ନିଜ ବାପା ମା କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶ ଯେ, କିଛି ଦିନ ହେବ ପୁଅ ବେଲାରସେନ ନାୟକ ର ମାନସିକ ସ୍ଥିତି ଠିକ ନଥିବା କାରଣ ରୁ ଉଭୟ ବାପା ଓ ମା ତାକୁ ଜଗୁଥିଲେ. ଶୁକ୍ରବାର ରାତିରେ ବାପା ମା ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥଲା। ବିକୃତ ପୁଅ ବେଲାରସେନ ବାପା ଅଗାଧୁ ଓ ମା ଲଷ୍ମୀ ଉପରେ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିବା ପରେ ବାପା ଅଗାଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଲଷ୍ମୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି.ଘଟଣା ପରେ ଗ୍ରାମବାସୀ ବିକୃତ ପୁଅ କୁ ଅଟକ ରଖିବା ସହ ପୋଲିସ ରେ ଜିମା ଦେଇଛନ୍ତି. ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ମୃତ ଅଗାଧୁଙ୍କ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ତାଜା ଖବର
- ସହିଦ ଅଜୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, ସମ୍ମାନର ସହ ଦିଆଗଲା ଶେଷ ବିଦାୟ
- ଲୋକ ଭବନରେ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ
- “ଶିଶୁ ଶ୍ରମିକ ମୁକ୍ତ ଗ୍ରାମପଞ୍ଚାୟତ ଅଭିଯାନ” ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା -୨୦୨୬ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କର ଅପୂର୍ବ ସଫଳତା
- ଦଶରଥପୁର ଓ ବିଞ୍ଝାରପୁରରେ ବନ୍ୟା କ୍ଷୟକ୍ଷତି ଆକଳନ କଲେ ଓଏସଡିଏମଏ ଟିମ୍; ୧୯ଟି ପଞ୍ଚାୟତ ଗସ୍ତ କରିବେ
- କଳିଙ୍ଗନଗର ଶିଳ୍ପାଞ୍ଚଳରେ ୯ମ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (RPDAC) ବୈଠକ ଅନୁଷ୍ଠିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଯୁଗେ ଯୁଗେ ଧର୍ମର ଜୟ, ଅଧର୍ମର ଅବଶ୍ୟ ପରାଜୟ: ସତ୍ୟ, ନ୍ୟାୟ ଓ ମାନବିକତାର ଶାଶ୍ୱତ ବାର୍ତ୍ତା ଦେଲେ ଡଃ ସତ୍ୟଜିତ ନାୟକ
- MY Bharat ଯାଜପୁର ପକ୍ଷରୁ ବିକଶିତ ଭାରତ ଯୁବ ସଂସଦ ୨୦୨୬–୨୭ ଆୟୋଜିତ
- ଦଶରଥପୁର ଓ ବିଞ୍ଝାରପୁରରେ ବନ୍ୟା କ୍ଷୟକ୍ଷତି ଆକଳନ କଲେ ଓଏସଡିଏମଏ ଟିମ୍; ୧୯ଟି ପଞ୍ଚାୟତ ଗସ୍ତ କରିବେ
- ମୁଖ୍ୟ ଶାସନ ସଚିବ ଡାକିଲେ ସଚିବ ମାନଙ୍କ ବୈଠକ



