କନ୍ଧମାଳ/ବାଲିଗୁଡା: ୧୨/୧/୨୦୨୦ (ସନ୍ଧାନ ନିଉଜ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ଥାନା ଝାଳିପଡ଼ା ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା, ମାନସିକ ବିକୃତ ପୁଅର ଧାରୁଆ ଅସ୍ତ୍ରରେ ନିଜ ବାପା ମା କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶ ଯେ, କିଛି ଦିନ ହେବ ପୁଅ ବେଲାରସେନ ନାୟକ ର ମାନସିକ ସ୍ଥିତି ଠିକ ନଥିବା କାରଣ ରୁ ଉଭୟ ବାପା ଓ ମା ତାକୁ ଜଗୁଥିଲେ. ଶୁକ୍ରବାର ରାତିରେ ବାପା ମା ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥଲା। ବିକୃତ ପୁଅ ବେଲାରସେନ ବାପା ଅଗାଧୁ ଓ ମା ଲଷ୍ମୀ ଉପରେ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିବା ପରେ ବାପା ଅଗାଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଲଷ୍ମୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି.ଘଟଣା ପରେ ଗ୍ରାମବାସୀ ବିକୃତ ପୁଅ କୁ ଅଟକ ରଖିବା ସହ ପୋଲିସ ରେ ଜିମା ଦେଇଛନ୍ତି. ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ମୃତ ଅଗାଧୁଙ୍କ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।
Related Posts
ଉତ୍କଳ ଗୌରବ ସେବା ସଂସଦର ଉଦ୍ଘାଟନ ଉତ୍ସବ ଅନୁଷ୍ଟିତ
ବାଜିରାଉତଙ୍କ ଜନ୍ମ ଶତବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ବାଜିରାଉତଙ୍କ ସାହସ ଯୁବବର୍ଗଙ୍କ ପାଇଁ ପ୍ରେରଣା ହେଉ-ମୋହନ ଚରଣ ମାଝି
ସବଡେଗା ଅବକାରୀ ବିଭାଗ ତରଫରୁ ଚଢ଼ାଉ, ୫୬ଲିଟର ଦେଶୀ ମହୁଲି ମଦ ଜବତ, ଅଭିଯୁକ୍ତ ଙ୍କୁ କୋଟ ଚଲାଣ l



