କନ୍ଧମାଳ/ବାଲିଗୁଡା: ୧୨/୧/୨୦୨୦ (ସନ୍ଧାନ ନିଉଜ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ଥାନା ଝାଳିପଡ଼ା ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା, ମାନସିକ ବିକୃତ ପୁଅର ଧାରୁଆ ଅସ୍ତ୍ରରେ ନିଜ ବାପା ମା କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶ ଯେ, କିଛି ଦିନ ହେବ ପୁଅ ବେଲାରସେନ ନାୟକ ର ମାନସିକ ସ୍ଥିତି ଠିକ ନଥିବା କାରଣ ରୁ ଉଭୟ ବାପା ଓ ମା ତାକୁ ଜଗୁଥିଲେ. ଶୁକ୍ରବାର ରାତିରେ ବାପା ମା ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥଲା। ବିକୃତ ପୁଅ ବେଲାରସେନ ବାପା ଅଗାଧୁ ଓ ମା ଲଷ୍ମୀ ଉପରେ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିବା ପରେ ବାପା ଅଗାଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଲଷ୍ମୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି.ଘଟଣା ପରେ ଗ୍ରାମବାସୀ ବିକୃତ ପୁଅ କୁ ଅଟକ ରଖିବା ସହ ପୋଲିସ ରେ ଜିମା ଦେଇଛନ୍ତି. ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ମୃତ ଅଗାଧୁଙ୍କ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ତାଜା ଖବର
- ରେଙ୍ଗାଲି ଗ୍ରାମ ରେ ବିଦ୍ୟୁତ ଟ୍ରାସଫାର୍ମା ଚୋରି, ଅନ୍ଧାର ରେ ଗ୍ରାମବାସି, ତଲସରା ଥାନା ରେ ଅଭିଯୋଗ
- ସମବେଦନା: ମାନବିକତାର ଶ୍ରେଷ୍ଠ ପରିଚୟ
- Sympathy: The Strength of a Compassionate Society
- Breking News: ଯାଜପୁର: ବଡ଼ଚଣା R&B JE ତପନ ସେଠୀଙ୍କ ଘରେ ଏବଂ ଅଫିସରେ ଭିଜିଳାନ୍ସ ରେଡ
- ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟିରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ



