ଯାଜପୁର, ୧୦/୦୬ (ସନ୍ଧାନ ନ୍ୟୁଜ୍): ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ ପାଣିକୋଇଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ବେଚ୍ଛାସେବୀ ଫୋରମ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଓ ପ୍ରଶିକ୍ଷଣ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଏକଦିବସୀୟ କର୍ମଶାଳାରେ “ସାମାଜିକ ନ୍ୟାୟ ଓ ସାମ୍ବିଧାନିକ ଅଧିକାର” ଶୀର୍ଷକ ବିଷୟବସ୍ତୁ ଉପରେ ଗଭୀର ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା।
ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ କମ୍ରେଡ ଆଲୋକ ମହାନ୍ତି ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ସ୍ବେଚ୍ଛାସେବୀ ଫୋରମର ଆବାହକ ତଥା ବିଶିଷ୍ଟ ସାମାଜିକ କର୍ମୀ ଦେବବ୍ରତ ରାଉତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଯୋଜନା କରିଥିଲେ। ସ୍ବାଧୀନତା ସଂଗ୍ରାମୀ ପରିବାରର ଦାୟାଦ ତଥା ବିଶିଷ୍ଠ ଗାନ୍ଧିବାଦୀ ନେତା ରାମ ଚନ୍ଦ୍ର ଶୁକ୍ଳ ପ୍ରଦୀପ ପ୍ରଜ୍ୱଳନ କରି ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି, ସମ୍ମାନୀୟ ଅତିଥି ଭାବେ ବିଶିଷ୍ଟ କ୍ରୀଡ଼ାବିତ ଅମୀୟ କୁମାର ପରିଡା, ଶ୍ରମିକ ନେତା ପ୍ରତାପ ଜେନା ଏବଂ ଶିଶୁ ସାହିତ୍ୟିକ ଅଭିମନ୍ୟୁ ଧଳ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସାମାଜିକ କର୍ମୀ ଶେଖ ସଫିକ ଏବଂ ସମ୍ମାନୀୟ ବକ୍ତା ଭାବେ ଯୁବ ସଂଗଠକ ଜନ୍ମେଜୟ ସାହୁ ଯୋଗଦେଇ ଉପସ୍ଥିତ ସ୍ୱେଚ୍ଛାସେବୀମାନଙ୍କୁ ସାମାଜିକ ଅଧିକାର ଓ ନାଗରିକ କର୍ତ୍ତବ୍ୟ ସମ୍ପର୍କରେ ସାରଗର୍ଭକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ସଭା ପ୍ରାରମ୍ଭରେ ନିର୍ମଳ ଚନ୍ଦ୍ର ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାନ୍ତ କୁମାର ପୃଷ୍ଟି ସ୍ୱାଗତ ଭାଷଣ ଦେଇଥିଲେ। ସୀମନ୍ତ ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଶେଷରେ ସବ୍ୟସାଚି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.
ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଜିଲ୍ଲାର ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରେ:
ଯୁବ ସମାଜସେବୀ ଜନ୍ମେଜୟ ସାହୁ
ସମାଜସେବୀ ମୋହନ ମହାରଣା
ଶଙ୍କର ପ୍ରତାପ ଦାସ
ରବୀନ୍ଦ୍ର ଧୀର
କୈଳାଶ ମଲ୍ଲିକ
ସାହିତ୍ୟିକ ଭୁବନ ମୋହନ ମହାନ୍ତି
ଶିବ ନାରାୟଣ ଦେବତା
ସୀମନ୍ତ ପାତ୍ର
ନିଷ୍କାନ୍ତ ଖଟୁଆ
ଶ୍ରୀଧର ତ୍ରିପାଠୀ
’ଶେଷ ପରିଚୟ’ ବୃଦ୍ଧାଶ୍ରମର ପ୍ରତିଷ୍ଠାତା ସୁଧାଂଶୁ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ।
ସଫଳ ଆଲୋଚନା ଓ ଅଂଶଗ୍ରହଣ:
ଏହି ପ୍ରଶିକ୍ଷଣ ଶିବିରରେ ଚାଷୀ ସଂଗଠକ କିଶୋର ଜେନା, ଶିକ୍ଷାବିତ ନବଘନ ସ୍ୱାଇଁ, ଶଶିକାନ୍ତ ମଲ୍ଲିକ, ରାଜେଶ କୁମାର ରାଉତ, ‘ବିଶ୍ୱାସ ପରିବାର’ର ସୁନୀଲ କୁମାର ଓଝା, ତାରିଣୀ ପଟ୍ଟନାୟକ ଏବଂ କାଳନ୍ଧୀ କଣ୍ଠଙ୍କ ସମେତ ବହୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀ ସକ୍ରିୟ ଭାଗ ନେଇ ଆଲୋଚନା ଚକ୍ରକୁ ସଫଳ କରାଇଥିଲେ।



