ବରଗଡ/ସନ୍ଧାନ ନ୍ୟୁଜ୍: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।୨୩ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ। ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ବାସିନ୍ଦା। ଝାରସୁଗୁଡ଼ାରେ ସାନପୁଅଙ୍କ ଘରେ ଗୋପାଳ ରହୁଥିଲେ। ଗତକାଲି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଝାରସୁଗୁଡ଼ାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମଳିଛି।ଏଣେ ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ତାଙ୍କ ବାସଭବନରେ ତାଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଛି। ୧୯୮୪ ମସିହାରୁ ୨୦୦୮ ପର୍ୟ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ସେ ୨୩ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ। ପେଶାରେ ସେ ଜଣେ ପୁଲିସ ଅଧିକାରୀ ଥିଲେ। ହେଲେ ନିଶା ତାଙ୍କର ଅଭିନୟ। ତାଙ୍କ ଅଭିନୟ ଦେଖିବାକୁ ସେ ସମୟରେ କଂସ ଦରବାରରେ ବହୁ ଭିଡ଼ ଜମୁଥିଲା। ନଗର ପରିକ୍ରମା ସମୟରେ ହାତୀ ଉପରେ ବସି ବୁଲି ନିଜ ଉପସ୍ଥିତ ବାକଚାତୁରିରେ ଜରିମାନା ପକାଇ ସେ ଦର୍ଶକଙ୍କ ମନ କିଣୁଥିଲେ।
ତାଜା ଖବର
- ଅବକାରୀ ବିଭାଗର ଅତର୍କିତ ଚଢାଉ, ୮କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ
- ଧାନ ମଣ୍ଡି ରେ ହଜାର ହଜାର କ୍ଵିଣ୍ଟାଲ ଧାନ , ମିଲର ମାନଙ୍କ ଅସହଯୋଗ, ଚାଷୀ ହତାଶ, ରାଜ୍ୟ ସରକାର ଅଡ଼ୁଆରେ।
- ଓଡିଆ ଭାଷା ସାହିତ୍ୟ ର ସାରଥୀ ଅଧ୍ୟାପିକା ଶ୍ରୀମତୀ ମାଳତୀ ଲତା ହାତୀ
- ପତିରାଜପୁର ମେଳଣ ର ପ୍ରସ୍ତୁତି ବୈଠକ
- ୨୮ ରେ ହେବ ଖଣି ନିଲାମ କମ୍ପାନୀ ଦେଖାଉ ଛନ୍ତି ଆଗ୍ରହ,୫ ଓଡ଼ିଆ ନିଲାମ ଦୌଡ଼ ରେ ସାମିଲ
- ଜିଲ୍ଲା ସ୍ତରୀୟ ୧୭ତମ ଅବିନାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ
- ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
- ବାଲିଛାଇ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି
- ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର
- ବେଣ୍ଟକାର ହାଇ ସ୍କୁଲର ୧୯୭୪ – ୭୫ ମସିହାର ପୁରାତନ ବିଦ୍ୟାର୍ଥୀଙ୍କ ବୈଠକ ।



