ବରଗଡ/ସନ୍ଧାନ ନ୍ୟୁଜ୍: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।୨୩ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ। ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ବାସିନ୍ଦା। ଝାରସୁଗୁଡ଼ାରେ ସାନପୁଅଙ୍କ ଘରେ ଗୋପାଳ ରହୁଥିଲେ। ଗତକାଲି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଝାରସୁଗୁଡ଼ାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମଳିଛି।ଏଣେ ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ତାଙ୍କ ବାସଭବନରେ ତାଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଛି। ୧୯୮୪ ମସିହାରୁ ୨୦୦୮ ପର୍ୟ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ସେ ୨୩ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ। ପେଶାରେ ସେ ଜଣେ ପୁଲିସ ଅଧିକାରୀ ଥିଲେ। ହେଲେ ନିଶା ତାଙ୍କର ଅଭିନୟ। ତାଙ୍କ ଅଭିନୟ ଦେଖିବାକୁ ସେ ସମୟରେ କଂସ ଦରବାରରେ ବହୁ ଭିଡ଼ ଜମୁଥିଲା। ନଗର ପରିକ୍ରମା ସମୟରେ ହାତୀ ଉପରେ ବସି ବୁଲି ନିଜ ଉପସ୍ଥିତ ବାକଚାତୁରିରେ ଜରିମାନା ପକାଇ ସେ ଦର୍ଶକଙ୍କ ମନ କିଣୁଥିଲେ।
ତାଜା ଖବର
- ଲୋକଙ୍କ ସରକାର ବୋଲାଉଥିବା ମୁଖ୍ୟମନ୍ତ୍ରୀ, ସାଧାରଣ ଜନତାଙ୍କ ପାଇଁ ସମୟ ନାହିଁ
- ସାର୍ବଜନୀନ ଦୁର୍ଗାପୂଜା ପୂର୍ବରୁ ଦର୍ଲିପାଲି ଚଢାଉରେ ବାଣ ସହ ଜଣେ ଅଟକ
- ବ୍ରାହ୍ମଣୀ ଉପରେ ସେତୁର ସ୍ୱପ୍ନକୁ ସରକାରୀ ମୋହର ୧୭୯.୧୬ କୋଟି ବ୍ୟୟରେ ନିର୍ମାଣ ହେବ ୧୬୩୯.୯୨ ମିଟର ହାଇଲେଭେଲ ବ୍ରିଜ୍ ଧର୍ମଶାଳା–ସୁକିନ୍ଦା ମଧ୍ୟରେ ଯୋଗାଯୋଗ ହେବ ସୁଗମ, ଡଙ୍ଗା ଯାତ୍ରାରୁ ମିଳିବ ମୁକ୍ତି
- ଜିଲ୍ଲା ସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ ପ୍ରଶିକ୍ଷଣ ଶିବିର ଉଦଯାପିତ
- ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି: ୨ଟି ବ୍ଲକର ୩୬ଟି ଗ୍ରାମ/ୱାର୍ଡ ପ୍ରଭାବିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବାଲି ଶଙ୍କରା ପଞ୍ଚାୟତ ସମିତି ପକ୍ଷରୁ ଲୋକଙ୍କ ଟଙ୍କାରେ ଜଙ୍ଗଲରେ ତିଆରି ହେଉଛି ଦୋକାନ ଗୃହ
- ଭାଗବତ ଜନ୍ମ କଥା, ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନର ମେରୁଦଣ୍ଡ।
- ତଲସରା ପୋଲିସ ପକ୍ଷରୁ “ଆମ ପୋଲିସ ସମିତି “କାର୍ଯ୍ୟକ୍ରମ ଅନୁଷ୍ଠିତ
- ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ‘ବନ୍ଦେ ମାତରମ୍’ ଗୀତ ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ କାର୍ଯ୍ୟକ୍ରମ



