ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ

Spread the love

ବାରିପଦା, 26.01.2021(ସନ୍ଧାନ ନିଉଜ୍):–  ୨୦୨୧ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର। ଚଳିତବର୍ଷ ମୋଟ ୧୧୯ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର। ପଦ୍ମ ପୁରସ୍କାର ମଧ୍ୟରେ ପଦ୍ମଶ୍ରୀ, ପଦ୍ମ ବିଭୂଷଣ ଓ ପଦ୍ମ ଭୂଷଣ ପୁରସ୍କାର ଦିଆଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମିଳିବାକୁ ଥିବା ବେଳେ ୧୦ ଜଣଙ୍କୁ ମିଳିବ ପଦ୍ମ ଭୂଷଣ ପୁରସ୍କାର । ଏହା ସହ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ। ଚଳିତବର୍ଷ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ‘ପଦ୍ମ ବିଭୂଷଣ’ ପୁରସ୍କାର ମିଳିବ। ଏହା ସହ  ନକଟରେ ଦେହାନ୍ତ ହୋଇଥିବା ବିଶିଷ୍ଟ ଭାରତୀୟ ସଂଗୀତକାର ଏସପି ବାଲଶୁବ୍ରମଣ୍ୟମଙ୍କୁ ମରଣୋତ୍ତର ଭାବେ ‘ପଦ୍ମ ବିଭୂଷଣ’ ପୁରସ୍କାର ମିଳିବ। ନଦ୍ମ ପୁରସ୍କାର ତାଲିକାରେ ୬ ଓଡ଼ିଆ ମଧ୍ୟ ସ୍ଥାନ ପାଇଛନ୍ତି। ପଦ୍ମ ପୁରସ୍କାର ତାଲିକାରେ ୨୯ ଜଣ ମହିଳା ଓ ଜଣେ କିନ୍ନର ସାମିଲ ଅଛନ୍ତି।

ପଦ୍ମ ବିଭୂଷଣ

୧-  ସିଞ୍ଝୋ ଆବେ- ଜାପାନ

୨- ଏସ ପି ବାଲଶୁଭ୍ରମଣ୍ୟମ(ମରଣୋତ୍ତର)

୩-  ଡାକ୍ତର ବେଲେ ମୁନାପ୍ପା ହେଗଡେ

୪- ନାରିନ୍ଦର ସିଂହ କାପାନି (ମରଣୋତ୍ତର)- ଆମେରିକା

୫- ମୌଲାନା ଓ୍ବିହୁଦ୍ଦିନ ଖାନ

୬- ବି ବି ଲାଲ୍‌

୭- ସୁଦର୍ଶନ ସାହୁ

ପଦ୍ମ ଭୂଷଣ

୧-  କ୍ରିଷ୍ଣନ ନାୟର ଶାନ୍ତାକୁମାରୀ ଚିତ୍ରା

୨- ତରୁଣ ଗୋଗୋଇ (ମରଣୋତ୍ତର)

୩-  ଚନ୍ଦ୍ରଶେଖର କାମ୍ବରା

୪- ସୁମିତ୍ରା ମହାଜନ

୫- ନ୍ରିପେନ୍ଦ୍ର ମିଶ୍ର

୬- ରାମବିଳାଶ ପାସଓ୍ବାନ (ମରଣୋତ୍ତର)

୭- କେଶୁଭାଇ ପଟେଲ (ମରଣୋତ୍ତର)

୮- କାଲବେ ସାଦିକ୍‌ (ମରଣୋତ୍ତର)

୯- ରଜନୀକାନ୍ତ ଦେବୀଦାସ ସର୍ପ

୧୦- ତାର୍ଲୋଚନ ସିଂହ

ତେବେ ପଦ୍ମ ବିଭୂଷଣ ପାଇଁ ୭ ଜଣ, ପଦ୍ମ ଭୂଷଣ ପାଇଁ ୧୦ ଜଣ ଓ ପଦ୍ମଶ୍ରୀ ପାଇଁ ୧୦୨ ଜଣଙ୍କୁ ମନୋନୀତ କରାଯାଇଛି। ଏହା ସହ ଓଡ଼ିଶାରୁ ୬ ଜଣ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜଣେ ପଦ୍ମ ବିଭୂଷଣ ପୁରସ୍କାର ପାଇବାକୁ ଥିବା ବେଳେ ଅନ୍ୟ ୫ ଜଣଙ୍କୁ ମିଳିବ ପଦ୍ମଶୀ ସମ୍ମାନ।

Related Posts

About The Author

Add Comment