ସୁନ୍ଦରଗଡ ତା:୧୭/୭/୨୦୨୬( ସନ୍ଧାନ ନ୍ୟୁଜ ) ରୋଗୀଙ୍କୁ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ। କିନ୍ତୁ କେତେକ ସ୍ଥାନରେ ଏହି ସେବାର ଅପବ୍ୟବହାର ହେଉଥିବା ଅଭିଯୋଗ ଉଠିଛି। ଅଭିଯୋଗ ଅନୁସାରେ, ନିଶାସକ୍ତ ଅବସ୍ଥାରେ କେତେକ ବ୍ୟକ୍ତି ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଡାକି କର୍ମଚାରୀଙ୍କୁ ହଇରାଣ କରୁଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଚଲନାମୁଣ୍ଡା ଗ୍ରାମର ଦିଲିପ କୁମାର ଚାନ୍ଦ ଓ ଛାମୁଣ୍ଡା ଗ୍ରାମର ଅଶ୍ୱିନୀ କୁମାର ନାଏକଙ୍କ ନାମରେ ଏଭଳି ଅଭିଯୋଗ ହୋଇଛି। ଏହାଛଡ଼ା କେତେକ ବ୍ୟକ୍ତି କେବଳ ବଡ଼ଗାଁ ମୁଖ୍ୟାଳୟକୁ ଯିବା ପାଇଁ ମଧ୍ୟ ୧୦୮ ଆମ୍ବୁଲାନ୍ସକୁ ବ୍ୟବହାର କରୁଥିବା କୁହାଯାଉଛି। ଜରୁରୀ ସେବାର ଅପବ୍ୟବହାର ପ୍ରକୃତ ରୋଗୀଙ୍କ ଜୀବନକୁ ବିପଦରେ ପକାଇପାରେ। ସଚେତନ ହୁଅନ୍ତୁ, ଦାୟିତ୍ୱବାନ ନାଗରିକ ହୁଅନ୍ତୁ। ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୁଅନ୍ତୁ ।
ନିଶାସକ୍ତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସର ଅପବ୍ୟବହାର ଅଭିଯୋଗ
|
July 17, 2026 |



