ଯାଜପୁର ସଦର, : ୨୭/୫/୨୬ (ସନ୍ଧାନ ନ୍ୟୁଜ )ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ କନିକାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ହିମାଂଶୁ ଶେଖର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ବିକ୍ରମ କୁମାର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ପ୍ରାକ୍ତନ ଜିଲ୍ଲା ସମ୍ପାଦକ ବଂଶୀଧର ଦାସ, ରସୁଲପୁର ବ୍ଲକ ପ୍ରାକ୍ତନ ସଭାପତି ପ୍ରମୋଦ ପ୍ରଧାନ,ଦଶରଥପୁର ବ୍ଲକ ପ୍ରାକ୍ତନ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ଓଇଟିଏ ରାଜ୍ୟ ସମ୍ପାଦକ ପ୍ରବୀଣ କୁମାର ଦାସ,କନିକାପଡା ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ସୁତାର,ସିଆରସିସି ଅଶୋକ କୁମାର ସାହୁ ପ୍ରମୁଖ ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ବିଭୁତି ଭୂଷଣ ରଣା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଶିକ୍ଷକ ଉପସ୍ଥିତ ରହି ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ଜିଲ୍ଲା ସ୍ତରୀୟ କମିଟି ଚୟନ କରାଯାଇଥିଲା।ମଳୟ କୁମାର ନାୟକ ସଭାପତି ଭାବେ ମନୋନୀତ ହୋଇଥିବାବେଳେ ଡଃ ଦୟାନିଧି ଦାସ ସମ୍ପାଦକ ରୂପେ ମନୋନୀତ ହୋଇଥିଲେ।ସେହିପରି ଯୋଗେନ୍ଦ୍ର କୁମାର ମହାନ୍ତି ଉପସଭାପତି,ଶଙ୍କର୍ଷଣ ପରିଡା କାର୍ଯ୍ୟକାରୀ ସମ୍ପାଦକ,ବିଜୟ କୁମାର ଭଦ୍ର ଯୁଗ୍ମ ସମ୍ପାଦକ,ରଞ୍ଜନ କୁମାର ମହାନ୍ତି ସହକାରୀ ସମ୍ପାଦକ,ଉମେଶ ଚନ୍ଦ୍ର ଜେନା ସହ ସମ୍ପାଦକ,ସୁବ୍ରତ କୁମାର ଦାସ ସହ ସମ୍ପାଦକ, ରବୀନ୍ଦ୍ର କୁମାର ପୃଷ୍ଟି ଉପଦେଷ୍ଟା ରୂପେ ମନୋନୀତ ହୋଇଥିଲେ।
ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ
|
May 27, 2026 |



