ଗାଡି ଚାଳକଙ୍କୁ ଖାଦ୍ୟ ଦେଲେ ସମାଜସେବୀ

Spread the love
  •  
  •  
  •  
  •  
  •  

ଚଣ୍ଡିଖୋଲ ,୨୬/୦୫ (ସନ୍ଧାନ ନିୟୁଜ )-ବାତ୍ୟା ୟଶ ଯୋଗୁ ଚଣ୍ଡିଖୋଲରୁ ବାଲେଶ୍ୱର ୧୬ନଂ ଜାତୀୟ ରାଜପଥରେ ଭାରୀଯାନ ଚଳାଚଳକୁ ବୁଧବାର ରାତି ୧୨ଟା ରୁ ଗୁରୁବାର ଦିନ ୧୨ ଟା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାପାଳ ନିଷିଦ୍ଧ କରିଥିଲେ । ଚଣ୍ଡିଖୋଲରେ ଶତାଧିକ ଭାରୀଯାନ ଏହି କାରଣରୁ ରାତି ରୁ ଛିଡା ହେଇ ରହିଥିଲେ । ଲକ ଡାଉନ ଓ ବର୍ଷା ଯୋଗୁ ଚଣ୍ଡିଖୋଲରେ ସବୁ ହୋଟେଲ ବନ୍ଦ ଥିବାରୁ ଗାଡି ଚାଳକ ଓ ଖଲାସି ମାନେ ଖାଦ୍ୟ ଅଭାବରୁ ନାହିଁ ନଥିବା ଦୁର୍ଦଶା ରେ ଥିଲେ । ଆଜି ସକାଳୁ ଚଣ୍ଡିଖୋଲର କିଛି ସମାଜସେବୀ ହେମେଶ ଜେନା, ସାରଦା ପ୍ରସନ୍ନ ସାହୁ ,ତ୍ରିଲୋଚନ ବେହେରା ପ୍ରମୁଖ ବର୍ଷାରେ ଓଦା ହେଇ ପାଣି ବୋତଲ ଓ ଶୁଖିଲା ଖାଦ୍ୟ ସବୁ ଅଟକି ଥିବା ଶତାଧିକ ଭାରୀଯାନ ଚାଳକ ଓ ଖଲାସିଙ୍କୁ ଦେଇଥିଲେ । ସେମାନଙ୍କର ଏପରି କାର୍ଯ୍ୟକୁ ଚଣ୍ଡିଖୋଲରେ ବେଶ ପ୍ରସଂଶା କରାଯାଇଛି ।
.

Related Posts

About The Author

Add Comment