ଯାଜପୁର/ଧର୍ମଶାଳା (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ପୋଲିସ ପଛରେ କଳଙ୍କ ପିଛା ଛାଡୁଛି ଗୋଟିଏ ପଯେ ଗୋଟିଏ ଘଟଣା ଜିଲ୍ଲା ପୋଲିସର ମୁଣ୍ଡ ବିନ୍ଦାର କାରଣ ପାଲଟିଛି । ଅନ୍ୟପଟରେ ଜିଲ୍ଲାରେ କ୍ରାଇମ ହାର ବନ୍ଦ କରବା ବଦଳରେ କେତେକ ସ୍ଥାନରେ ଜିଲ୍ଲା ପୋଲିସ ଗାଡିମାନଙ୍କରୁ ଫାଇନ କାଟିବାରେ ବ୍ୟସ୍ତ ରହୁଛନ୍ତି । ଧର୍ମଶାଳା ଥାନା ଅଧିନ ୧୪ତାରିଖ ରାତିରୁ ନାବାଳିକକାକୁ ଅପହରଣ କରିନେଇ ଦୀର୍ଘ ୪ଦିନ ଧରି ଶାରିରିକ ଏବଂ ମାନସିକ ନିର୍ଜାତନା ଦେବା ଏବଂ ରାସ୍ତାରେ ପିଙ୍ଗି ଚାଲିଯିବା ଘଟଣା ଗୋଟିଏ ପରିବାରର ୪ଭାଉ ଭାଉଣୀଙ୍କୁ ଜେଲ ଯିବାକୁ ପଡିଛି ।
ଏହି ଥାନା ଅର୍ନ୍ତଗତ ନେଉଳପୁର ଗ୍ରାମର ଅଭିଯୁକ୍ତ ସତ୍ୟନାରାୟଣ ସାମଲ ଓରଫ ପିଂଟୁ, ନେଉଳପୁର ସେଂଟ୍ରାଲ ବ୍ୟାଙ୍କ ନିକଟରେ ଲେଡିସ୍ କର୍ନର ଖୋଲି ସେଠାରେ ରାଶଳୀଳା ଚଲାଇଆସୁଥିଲେ । ଏପରକି ତାଙ୍କ ଏପରକି କାମରେ ତାଙ୍କ ଅନ୍ୟ ଭଉଣୀ ମାନେ ସହଯୋଗ କରିଆସୁଥିଲେ । ସେମାନେ ବିଭିନ୍ନ ଗିପ୍ଟ ଦେବା ଆଳରେ ଝିଅ ମାନଙ୍କୁ ପ୍ରଲୋଭନ କରି ଅପହରଣ କରିନେବା ସହିତ ପ୍ରଥମେ ନିଜେ ଏବଂ ପରେ ଅନ୍ୟମାନଙ୍କ ହାତକୁ ଟେକି ଦେଉଥିଲେ । ଯାହାର ପର୍ଦାପଶ ହୋଇଛି । ଏବେ ଧର୍ମଶାଳାଳପୋଲିସ ସେମାନଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ଗିରଫ ମାନେ ହେଲେ ବିଦ୍ୟାଧର ସାମଲଙ୍କ ପୁଅ ସତ୍ୟନାରାୟଣ ସାମଲ ଓରଫ ପିଂଟୁ, ତାଙ୍କ ଭାଉ ରୁଦ୍ରନାରାୟଣ ସାମଲ ଓରଫ ମିଟୁ, ଭଉଣୀ, ବନିତା ପ୍ରଧାନ ଓରଫ ବନି ଏବଂ ବବିତା ସାହୁ ଓରଫ ପିଙ୍କି । ସମସ୍ତ ଜାମିନ ନାମଞ୍ଜିର ହୋଇଥିବା ବେଳେ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।