ନୟାଗଡ, ୧୧/୦୧/୨୦୧୯ (ସନ୍ଧାନ ନିଉଜ/ଶିବପ୍ରସାଦ ସାହୁ) : ନୟାଗଡ଼ ଜିଲ୍ଲା କରଡ଼ା ନିକଟରେ ଏକ କାର ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ଗୋଟିଏ ପରିବାରର ଏବଂ ଡ୍ରାଇଭର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ, ନନ୍ଦିଘର ନେଳିଆ ସାହିର ଚାଉଳ ମିଲ ମାଲିକ ଚିରଞ୍ଜିବୀ ସାହୁ (୪୦) କୌଣସି କାମରେ ଗତକାଲି ଭୁବନେଶ୍ୱର ଯାଇଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିଲେ । ଫେରିବା ସମୟରେ କାରଟି ଦୁର୍ଘଟଣା ଗ୍ରସ୍ତ ହେବାରୁ, ସେଥିରେ ଥିବା ତାଙ୍କ ପତ୍ନୀ ମଧୁସ୍ମିତା ସାହୁ ( ୩୫), ପୁଅ ଆଦିତ୍ୟ କୁମାର ସାହୁ (୧୧), ଙ୍କ ସହ ଡ୍ରାଇଭର ସନ୍ତୋଷ ନାୟକଙ୍କ ମୃତ୍ୟୁ ଘଟିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି । ଘଟଣାର ରହସ୍ୟ ନେଇ ତଦନ୍ତ ଚାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି
ତାଜା ଖବର
- ଏଣିକି ସଚିବ ମାନେ ପ୍ରତି ଜିଲ୍ଲା କୁ ଯାଇ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର କରିବେ ସମୀକ୍ଷା।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ତଳସରା ପୋଲିସ ପକ୍ଷରୁ ସାଇକେଲ ରେଳିର କିଛି ଝଲକ ଓ “ଇନ୍ଧନ ବଞ୍ଚାଅ” ଅଭିଯାନ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବିକାଶ ମୁଳକ ପ୍ରକଳ୍ପ କୁ ନେଇ ମାନ୍ୟବର ମନ୍ତ୍ରୀ ତଥା ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାରୀ ଶ୍ରୀ ସୁରେଶ ପୂଜାରୀଙ୍କ ଦ୍ଵାରା ପ୍ରକଳ୍ପ ର ଶିଳାନ୍ୟାଶ
- କନ୍ତପଡ଼ା ବିଦ୍ୟୁତ ବିଭାଗର ଖାମଖିଆଲି ମନଭାବ: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ସାଧାରଣ ଜନତା
- ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁକିନ୍ଦାର ଦୁର୍ଗମ ଅଞ୍ଚଳରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ
- ସ୍ୱାସ୍ଥ୍ୟ ବିଭାଗ ଟିମର ଟିକରପଡା ପରିଦର୍ଶନ ସହ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା
- ଦୁର୍ନୀତି ବଳୟରେ ଜୟଚଣ୍ଡୀ ହାଇସ୍କୁଲ ସ୍ପୋର୍ଟ୍ସ ପରେ ଏବେ ପ୍ରିଣ୍ଟର କିଣାରେ ଦୁର୍ନୀତି ଅଭିଯୋଗ
- ସାଧୁଗୌରେଶ୍ୱର ମହାବିଦ୍ୟାଳୟରେ ଟପ୍ପର ହେଲେ ବିଜ୍ଞାନ ଛାତ୍ରୀ ଦିଲୀପ ନାଥଙ୍କ ଝିଆରୀ ମାନସୀ ନାଥ



