ଦୁର୍ଘଟଣାରେ ୪ ମୃତ, ଡାକ୍ତରଖାନାରେ ଶୋକାକୁଳ ପରିବେଶ

Spread the love

ନୟାଗଡ, ୧୧/୦୧/୨୦୧୯ (ସନ୍ଧାନ ନିଉଜ/ଶିବପ୍ରସାଦ ସାହୁ) : ନୟାଗଡ଼ ଜିଲ୍ଲା କରଡ଼ା ନିକଟରେ ଏକ କାର ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ଗୋଟିଏ ପରିବାରର ଏବଂ ଡ୍ରାଇଭର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ, ନନ୍ଦିଘର ନେଳିଆ ସାହିର ଚାଉଳ ମିଲ ମାଲିକ ଚିରଞ୍ଜିବୀ ସାହୁ (୪୦) କୌଣସି କାମରେ ଗତକାଲି ଭୁବନେଶ୍ୱର ଯାଇଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିଲେ । ଫେରିବା ସମୟରେ କାରଟି ଦୁର୍ଘଟଣା ଗ୍ରସ୍ତ ହେବାରୁ, ସେଥିରେ ଥିବା ତାଙ୍କ ପତ୍ନୀ ମଧୁସ୍ମିତା ସାହୁ ( ୩୫), ପୁଅ ଆଦିତ୍ୟ କୁମାର ସାହୁ (୧୧), ଙ୍କ ସହ ଡ୍ରାଇଭର ସନ୍ତୋଷ ନାୟକଙ୍କ ମୃତ୍ୟୁ ଘଟିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି । ଘଟଣାର ରହସ୍ୟ ନେଇ ତଦନ୍ତ ଚାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି

Related Posts

About The Author

Add Comment