ଭଦ୍ରକ ଜିଲ୍ଲାର ୨୭/୪/୨୬ (ସନ୍ଧାନ ନ୍ୟୁଜ ) ତିହିଡ଼ି ଏକ ସମ୍ବେଦନଶୀଳ ଥାନା। ଏହି ଥାନା ତିନୋଟି ବିଧାନସଭା କ୍ଷେତ୍ର କୁ ନେଇ ଗଠିତ। ଦିନ ଥିଲା ତିହିଡ଼ି ଅଞ୍ଚଳ ବହୁ ଶାନ୍ତ ଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ଅଞ୍ଚଳ ରେ ଜନ୍ମ ନେଇ ଏହି ମାଟି ର ସୁନାମ କୁ ବିଶ୍ଵ ବାସୀ ଙ୍କ ପାଖରେ ପହଞ୍ଚାଇ ପାରି ଥିଲେ। ସ୍ବର୍ଗତ ପୁର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନୀଳମଣି ରାଉତରାୟ, ନେତ୍ରାନନ୍ଦ ମଲ୍ଲିକ, ବିଷ୍ଣୁ ସେଠୀ, ରାଜେନ୍ଦ୍ର ଦାସ, ବର୍ତ୍ତମାନ ର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଙ୍କ ଘର ଏହି ତିହିଡ଼ି ବ୍ଲକ ରେ। ସବୁ ଠାରୁ ବଡ କଥା ହେଲା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ର ରଚୟିତା ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ଘର ଏହି ତିହିଡ଼ି ବ୍ଲକ ରେ। ସମସ୍ତ ପ୍ରକାର ସଂସ୍କାର, ପରମ୍ପରାକୁ ଭୂଲି ଏହି ଅଞ୍ଚଳ ର କିଛି ଲୋକ ତିହିଡ଼ି ର ସଂସ୍କୃତି, ପରମ୍ପରା, ଐତିହ ଓ ସଂହତି କୁ ନଷ୍ଟ କରିବାରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ର ପରିସ୍ଥିତି କୁ ଅନୁଧ୍ୟାନ କଲେ ଏହି ବ୍ଲକ ର ଦୋଳ ସାହି, ପାଳିଆ, ତାଳ ପଦା, ବାରୋ, ବିଲଣା, ବୋଡକ, ଶୟା ଭଳି ଅଞ୍ଚଳ ରେ ଗଞ୍ଜେଇ, ଧଳା ଜହର, ନକଲି ମଦ ର ଚୋରା କାରବାର ଏତେ ବୃଦ୍ଧି ପାଇଛି ଯେ ଯୁବ ସମାଜ କୁ ଏହା କୁପଥ କୁ ନେଇ ସାରିଲାଣି। ଏହି ଭଳି ଅବକାରୀ ଦ୍ରବ୍ୟ ପ୍ରସ୍ତୁତିରେ ତିହିଡ଼ି ର ଗୋଟିଏ ସ୍ଵତନ୍ତ୍ର ସ୍ଥାନ ଜିଲ୍ଲା ପ୍ରଶାସନ ପାଖରେ ରହି ସାରିଲାଣି। ତିହିଡ଼ି ଥାନା ଅଧିକାରୀ ଙ୍କୁ ମ୍ୱାର ମ୍ୱାର ପରିବର୍ତ୍ତନ କରି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମନୋଜ ରାଉତ ଏ ସବୁ କୁ ରୋକି ବାକୁ ପ୍ରୟାସ ଜାରି ରଖିଛନ୍ତି। ପ୍ରସନ୍ନ କୁମାର ନାୟକ, ସତ୍ୟବ୍ରତ ଗ୍ରାହାଚର୍ଯ୍ୟ ଙ୍କ ଭଳି ପୋଲିସ ଅଧିକାରୀ କୁ ଅନ୍ୟତ୍ର ବଦଳି କରି ବର୍ତ୍ତମାନ ନୂଆ ଆଇ ଆଇ ସି ଭାବେ ଯୋଗଦେଇ ଛନ୍ତି ଶ୍ରୀମତୀ ଲୋପାମୁଦ୍ରା ନାୟକ। ଯଦି ଶ୍ରୀମତୀ ନାୟକ ଙ୍କ ପୂର୍ବ କାର୍ଯ୍ୟ ଶୈଳୀ କୁ ଅନୁଧ୍ୟାନ କରାଯାଏ ତେବେ ଶ୍ରୀମତୀ ନାୟକ ଯାଜପୁର, ବାସୁଦେବପୁର ଥାନା ଅଧିକାରୀ ଭାବେ ନିଜର କର୍ମ ଦକ୍ଷତା ର ପ୍ରମାଣ ଦେଇସାରିଛନ୍ତି। ଏବେ ଦେଖିବକୁ ବାକି ରହିଲା ଶ୍ରୀମତୀ ଲୋପାମୁଦ୍ରା ନାୟକ କେମିତି ଏ ଅବକାରୀ ଦ୍ରବ୍ୟ ର ଖୋଲା କାରବାର କୁ ରୋକି ବାରେ ସଫଳ ହେଉଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ତିହିଡ଼ି ବ୍ଲକ ରେ ଅବକାରୀ ଦ୍ରବ୍ୟ ର ଖୋଲା କାରବାର କୁ ରୋକି ପାରିବେ କି ନୂଆ ତିହିଡ଼ି ଥାନା ଆଇ ଆଇ ସି ଲୋପାମୁଦ୍ରା ନାୟକ
|
April 27, 2026 |



