ତଳସରା ଜଳସେଚନ ବିଭାଗର ଦ୍ଵାରା ହରିଦ୍ରାଲେପନ କରି ଅହେତୁକ ଟଙ୍କାର ଅପବ୍ୟୟ ଓ କେନାଲ ବିପଦଜନକ ସ୍ଥିତିରେ

Spread the love

ସୁନ୍ଦରଗଡ ତା:୧୯/୪/୨୦୨୬( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ)  ଦିନକୁ ଦିନ ସରକାରଙ୍କ ବିକଶିତ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସବଡେଗା ରେ ଜଳସେଚନ ବିଭାଗର ଏକ ହରିଦ୍ରାଲେପନ୍ କାର୍ଯ୍ୟ ସାମ୍ନା କୁ ଆସିଛି । ଚାଷୀଙ୍କ ପାଇଁ ଜଳସେଚନ ନିତାନ୍ତ ଆବଶ୍ୟକ ଥିବାବେଳେ ଜଳସେଚନ ର ବିଭାଗୀୟ କତୃପକ୍ଷ ପ୍ରକୃତ କାର୍ଯ୍ୟ ନ କରି  ଲୋକଙ୍କ ଟଙ୍କାର ଅପଵ୍ୟୟ କରିଥିବା ଘଟଣା ସାମ୍ନାକୁ କୁ ଆସିଛି । ସବଡେଗା ର ମୁଖ୍ୟ କେନାଲ ସଙ୍କଟ ରେ ଥିବା ସହିତ ଆଜି ର ସମୟରେ ଅନେକ ଅନାବନା ଗଛ ସହିତ ଅନେକ ଅପରିତକତ୍ୟ ଜିନିଷ ଭରି ରହିବା କାରଣରୁ  ପାଣି ଗନ୍ଧ ହେବା ସହିତ ଏଥିରେ ମଶା ମାଛି  ହେବାର ଦେଖିବାକୁ ମିଳୁଛି । ତା ସହିତ କ୍ରମାଗତ ଭାବରେ ତାର ରକ୍ଷଣାବେକ୍ଷଣ ନ ହେବା କାରଣରୁ ତାହା ଏକ ଆବର୍ଜନା ର ପେନ୍ଥ ସ୍ଥଳ ପାଲଟିଛି । ଦିନ ସମୟରେ   ଅନେକ ପ୍ରକାର ବିଷଧର ସରୀସୃପ  ଦେଖିବାକୁ ମିଳୁଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ଏସବୁ ଉପରେ ଧ୍ୟାନ ନ ଦେଇ ଜଳସେଚନ ବିଭାଗ କେନାଲ ଉପରେ ରାସ୍ତା ତିଆରି କରୁଥିବାରୁ ମିଳିଥିବାବେଳେ ତାର ପ୍ରୋଜେକ୍ଟ ପିଲର ରେ ସଠିକ୍ ତଥ୍ୟ ଦେଖା ନ ଯିବା ସାଧାରଣରେ ଚର୍ଚ୍ଚା ହେଉଛି । ତା ସହିତ ସବଡେଗା ଅଞ୍ଚଳ ର ପ୍ରତ୍ୟେକ କେନାଲ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ତାର ଉନ୍ନତି କରଣ ନ ହୋଇ ଅନ୍ୟ ଦିଗରେ ଟଙ୍କା ଖର୍ଚ୍ଚ ହେବା ଏକ ଅନ୍ୟ ଦିଗକୁ ଇଙ୍ଗିତ କରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଦେଖିବାକୁ ବାକି ରହିଲା ଜଳସେଚନ ବିଭାଗ ଏଥିପ୍ରତି କେବେ ଦୃଷ୍ଟି ଦେବ ।

Related Posts

About The Author

Add Comment