ଡିଲର ମନମୁଖୀ ଶାସନ ଚଳାଇଥିବା ବେଳେ ଖାଉଟି ହନ୍ତସନ୍ତ

Spread the love

ଯାଜପୁର, : ୪/୯/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ୧୫ଟି ୱ।ର୍ଡକୁ ନେଇ ବିଭକ୍ତ ହୋଇଥିବା ବେଳେ ସେହି ବନ୍ଧଡିହ ପଞ୍ଚାୟତର ପାଣୁ ରଣାଙ୍କ ପୁଅ ରମେଶ ରଣା ଡିଲର ଇଚ୍ଛା ହେଲେ ନିଅ ନ ହେଲେ ପଳା ବୋଲି ଲୋକଙ୍କୁ ଧମକ ଦେବା ସହିତ ତା ଘରେ ଚାଉଳ ରଖି ମନମାନି ଚଳାଇଛି ବିଶେଷ କରି ମହିଳା ମାନଙ୍କୁ ରାତିରେ ଆସିବା ପାଇଁ କହୁଛି । ଦିନରେ ମତେ ସମୟ ନାହିଁ ବୋଲି କହୁଛି । ସେହିବାଟ ଦେଇ ଆମ ଜିଲ୍ଲା ପ୍ରତିନିଧି ତାଙ୍କ ଭଉଣୀ ଘରକୁ ଯାଉଥିବା ବେଳେ ସେହି ରାସ୍ତା ଉପରେ ଲୋକ ମାନଙ୍କୁ ଠିଆ କରିବା ସହିତ ଶହ ଶହ ବାଇକ୍ ଏବଂ ସାଇକେଲ୍ ସେହି ରାସ୍ତାରେ ରଖାଯାଇଥିବା ଦେଖିବାକୁ ପାଇଥିଲେ । ଏ ନେଇ ଆମ ଜିଲ୍ଲା ପ୍ରତିନିଧି ବାରମ୍ଵାର କହିବାରୁ ଲୋକ ମାନଙ୍କୁ ରାସ୍ତାରୁ ନହଟାଇ ରାସ୍ତା ବନ୍ଦ କରିବା ସହିତ ଦୃବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ମହିଳା ମାନେ ବର୍ଷାରେ ଛିଡା ହୋଇ ତିନ୍ତୁ ଥିବା ଦେଖିବାକୁ ମିଳିଛି  । ଏଠାରେ ସୂଚନା ଯୋଗ୍ୟ ଯେ ପ୍ରତି କାର୍ଡ଼ ପିଛା ୨ କିଲୋ ଚାଉଳ ନେବା ପ୍ରସାସନର କେଉଁ ନିୟମ ରହିଛି ତାହା ତଦନ୍ତ କରାଯିବା ପାଇଁ ଜନ ସାଧାରଣଙ୍କ ତରଫରୁ ଦାବି କରାଯାଉଛି । ଏନେଇ ଆମ ଜିଲ୍ଲା ପ୍ରତିନିଧି ବନ୍ଧଡିହ ପଞ୍ଚାୟତର ସରପଞ୍ଚ ବିକ୍ରମ ବେହେରାଙ୍କୁ ଅଭିଯୋଗ କରିବା ପରେ ସରପଞ୍ଚ ମହାଶୟ କହିଲେ ମୁ ତ ବହୁଥର ରମେଶ ରଣାକୁ ଚେତାବନି ଦେଇଥିବା ବେଳେ କୌଣସି କାର୍ଯ୍ୟକାରି ହେଉ ନ ଥିବା ଦେଖିବାକୁ ମିଳିଛି । ଏ ନେଇ ଆମ ଜିଲ୍ଲା ପ୍ରତିନିଧି ରସୁଲପୁର ବି.ଡି.ଓ ସତ୍ୟାନନ୍ଦ ଦାଶଙ୍କୁ ଏ ସଂପର୍କରେ ପଚାରିବାରୁ ମୁଁ ମିଟିଙ୍ଗରେ ବସିଛି ବୋଲି ବି.ଡି.ଓ କହିଥିଲେ କାଲି ମଧ୍ୟ ମୋର ଯାଜପୁରରେ ମିଟିଙ୍ଗ ରହିଛି । ତେଣୁ ଆପଣ ଆସନ୍ତା ଶୁକ୍ରବାର ଆସିଲେ ମୁଁ କଥା ହୋଇ ଏହାର ସମାଧାନ କରିବି । ତୁରନ୍ତ ଏହି ଡିଲରକୁ ଖାଉଟି ମନ୍ତ୍ରୀ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଜିଲ୍ଲା ପ୍ରତିନିଧି ଦାବି କରିଛନ୍ତି । ଏନେଇ ଯାଜପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ବର କୁମାର କର ଏବଂ ରସୁଲପୁର ବ୍ଲକ ଏମ୍ଆଇ ମହାଶୟ ଏବଂ ମହାଶୟା ଦୃଷ୍ଟି ଦେବା ପାଇଁ ଦାବି କରାଯାଉଛି। ଏନେଇ ରସୁଲପୁର ବ୍ଲକ ପରିଶରରେ ଖାଉଟି ମାନଙ୍କୁ ସୁଚାରୁରୁପେ ଚାଉଳ ବଣ୍ଟନ କରାଯିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ସାଧାରଣରେ ଦାବି କରାଯାଉଛି ।

Related Posts

About The Author

Add Comment