ସୁନ୍ଦରଗଡ଼ ତା:୨୫-0୧-୨0୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ କାଦୋପାନୀ ଗ୍ରାମ ଠାରେ ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତଥା କାଦୋପାନୀ, କୁମୁଢା ଫାଳ, ଟିକିଲି ପଡା ଗ୍ରାମ ର ସହଯୋଗ ରେ ଆଜି ବିରାଟ ହିନ୍ଦୁ ସମ୍ବିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ଜିଲ୍ଲା କାର୍ଯ୍ୟବାହ ଶ୍ରୀ ଯୁକ୍ତ ତୀର୍ଥବାସି ପାତ୍ର ମୁଖ୍ୟବକ୍ତା ଭାବରେ ଉପସ୍ଥିତ ଥିବା ବେଳେ ଶ୍ରୀ ନବୀନ କୁମାର କୁମ୍ଭାର ଜିଲ୍ଲା ସହ କାର୍ଯ୍ୟବାହ ଓ ଶ୍ରୀ ସନାତନ ପଟେଲ ପଶ୍ଚିମ ଓଡିଶା ପ୍ରାନ୍ତ ବିଶେଷ ସମ୍ପର୍କ ପ୍ରମୁଖ ମୁଖ୍ୟବକ୍ତା ଭାବରେ ଉପସ୍ଥିତ ଥିଲେ l ଶ୍ରୀ କୈଳାସ ପ୍ରସାଦ ଭିତ୍ରିଆ ଜିଲ୍ଲା କାର୍ଯ୍ୟବାହ ବିଶେଷ ଅତିଥି ଓ ଭାଗିରଥୀ ମାଝୀ କାଦୋପାନୀ ଗ୍ରାମ ର ଗୌନ୍ତିଆ ଉପସ୍ଥିତ ଥିଲେ l ଶ୍ରୀ ନିରବ ସାହୁ ନଗର ଶାରୀରିକ ଶିକ୍ଷତା ପ୍ରମୁଖ ସଭା ସଞ୍ଚଳନ କରିଥିଲେ l ହିନ୍ଦୁ ସମାଜ ରେ ସପ୍ତାହ ରେ ଏକା ସାଙ୍ଗ ରେ ମିଳିତ ଭାବରେ ଭୋଜନ, ଭଜନ ତଥା ଭ୍ରମଣ କରିଲେ ହିନ୍ଦୁ ଜାତି ର ଏକତା ବଢିବ, ସ୍ଵଦେଶୀ ଜିନିଷ କିଣି ବ୍ୟବହାର କରିବା, ପରିବେଶ ସୁରକ୍ଷା ରଖିବା, ପ୍ଲାଷ୍ଟିକ ବର୍ଜନ କରିବା, ନିଜ ଘରେ ଥିବା ମାତା ପିତା, ଗୁରୁଜନ ତଥା ଗୋ ସେବା କରିବା ସହିତ ତୁଳସୀ ଚଉଁରା ରେ ତୁଳସୀ ମା ଙ୍କ ପୂଜା କରିବା l ସମାଜ ରେ ପ୍ରଚଳିତ ଛୁଆଁ ଛୁଇଁ ଭେଦ ଭାବ କାହାରି ସହିତ ରଖିବା ନାହିଁ ବୋଲି ଶ୍ରୀ ନବୀନ କୁମାର କୁମ୍ଭାର କହିଥିଲେ l ସତ୍ୟ ର ପୂଜାରୀ ତଥା ଉଚିତ ଧର୍ମ କର୍ମ କରି ଜୀବନ ଯାପନ କରିବା, ଅନ୍ୟ ର ସୁଖ ଶାନ୍ତି ରେ ସାମିଲ ହୋଇ ଚାଲିବା ବ୍ୟକ୍ତି ଙ୍କୁ ହିନ୍ଦୁ ବୋଲି କୁହାଯାଏ ବୋଲି ଶ୍ରୀ ତୀର୍ଥବାସି ପାତ୍ର ବୁଝାଇ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଯଜ୍ଞ, ଗୋ ସେବା ସହିତ ଅର୍ଣ୍ଣ ଭୋଜନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ତରଫରୁ ରବି ଚନ୍ଦ୍ର ପଟେଲ, ବନମାଳୀ ବାର ସତୀଆ, ଦୀନବନ୍ଧୁ ସାଏ, ଉଛବ ତନ୍ତୀ,ସୁରଥ ବେହେରା, ବିନୟ କୁମାର ବେହେରା, ଧନେଶ୍ୱର ମାଝୀ, ଦିଲ୍ଲୀପ ରାଉତ, ଯଶନ୍ତି ଏକ୍କା, ମାୟାଧର ଦାନୀ ଉପସ୍ଥିତ ଥିବା ସହିତ ତଲସରା ଓ ତୁମଳିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ତ୍ରିଲୋଚନ ପ୍ରଧାନ ଓ ଦେବଲାଲ ଲାକ୍ରା ଉପସ୍ଥିତ ଥିଲେ l ଶ୍ରୀ ପ୍ରଫୁଲ୍ଲ କୁମାର ପଟେଲ ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ l ଭାଗଳ ଶ୍ୟାମ ଗରଡ଼ିଆ, କଳକତି ତନ୍ତୀ, ବାନେଶ୍ୱର ମାଝୀ ୱାର୍ଡ ମେମ୍ବର ଶ୍ରୀ ଦେଓ ନାରାୟଣ ମାଝୀ, ଗୋପାଳ ମାଝୀ ଉପସ୍ଥିତ ଥିଲେ l
ଝାରଖଣ୍ଡ ସୀମାନ୍ତ କାଦୋପାନୀ ଗ୍ରାମରେ ବିରାଟ ହିନ୍ଦୁ ସମ୍ବିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ
|
January 25, 2026 |



