ଝଡତୋଫାନ ସହିତ ଘଡଘଡି ଓ ବଜ୍ରପାତ ସମୟରେ ଏକ ଗଛ ମୂଳେ ବିଶ୍ରାମ ନେଉଥିବା ୩ଟି ବଳଦ ଙ୍କ ବଜ୍ରପାତ ରେ ମୃତ୍ୟୁ

Spread the love

ସୁନ୍ଦରଗଡ଼ ତା:୨୬-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ )ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ମହୁଲଗାଁ ମନ୍ଦିରପଡା ରେ ଆଜି ଅପରାହ୍ନ ୪ଟା ସମୟ ରେ ଝଡତୋଫାନ ସହିତ ଘଡଘଡି ଓ ବଜ୍ରପାତ ହୋଇଥିଲା l ଏହି ସମୟରେ ଏକ ଗଛ ମୂଳେ ବିଶ୍ରାମ ନେଉଥିବା ୩ଟି ବଳଦ ଙ୍କ ବଜ୍ରପାତ ରେ ମୃତ୍ୟୁ ଘଟିଛି l ମୃତ ବଳଦ ଙ୍କ ମାଲିକ ହେଲେ ମହୁଲ ଗାଁ ଗ୍ରାମର ଦୁଆରୁ କିସାନ (୬୫)l ଗରିବ ଦୁଆରୁ କିସାନ ଜଣେ ଚାଷୀ ହୋଇଥିବା ବେଳେ ଚାଷ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରନ୍ତି l ଦୁଆରୁ କିସାନ ଙ୍କ ପରିବାରରେ ୮ପ୍ରାଣୀ କୁଟୁମ୍ବ ଅଛନ୍ତି l ଚାଷବାସ ସମୟରେ ବଜ୍ରାଘାତ କାରଣରୁ ୩ଟି ବଳଦ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଆରୁ କିସାନ ଙ୍କ ମେରୁଦଣ୍ଡ ଦୋହଲି ଯାଇଛି l ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସି ଦାବି କରିଛନ୍ତି l

Related Posts

About The Author

Add Comment