ବାରିପଦା ୧୮/୦୭ (ସନ୍ଧାନ ନିଉଜ/ଲଙ୍ଗରାଜ ପଣ୍ଡା) ;- ବାରିପଦା ସହରର ବିଭିନ୍ନ ସ୍ଥାନରେ ବାରିପଦା ଟାଉନ୍ ଥାନା ଆଇଆଇସି ବିରେନ୍ଦ୍ର ସେନାପତି ଙ୍କ ତତ୍ୱାବଧାନରେ ଗତ ମଧ୍ୟ ରାତିରେ ଚାଲିଥିବା ପୋଲିସ ପେଟ୍ରୋଲିଂ ସମୟରେ ସ୍ଥାନୀୟ ୨୪ ନଂଙ୍ଗକ୍ଟକ୍ସୟ କାଳିକା ପୂର ଠାରେ ବେଆଇନ୍ ଭାବେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ ଜଣ ଖସିପଳାଇବାକୁ ସକ୍ଷମ ହୋଇଥିବା ପ୍ରକାଶ । ତତ୍ ସହିତ ଘଟଣା ସ୍ଥଳକୁ ନଗଦ ୧୮ ହଜାର ୩୯୦ ଟଙ୍କା ,୫୨ ଗୋଟି ତାସ୍ ସମେତ ବିଭିନ୍ନ ସରଞ୍ଜାମ ଜବତ ହୋଇଥିବାର ପୋଲିସ୍ ସୂତ୍ରରୁ ପ୍ରକାଶ ଏ ସମ୍ପର୍କରେ ବାରିପଦା ଟାଉନ୍ ଥାନା ଏସଆଇ ରଞ୍ଜନ କୁମାର ବେହେରା ଙ୍କ ସୂଚନା କ୍ରମେ ଆଜି ୪୫୩/୨୦ ନମ୍ବରର ଏକ ମାମଲା ଓଡିଶା ଜୁଆଖେଳ ବନ୍ଦ ଆଇନରେ ୩ ଧାରାରେ ରୁଜୁ ହୋଇଛି । ପୋଲିସ୍ ସୂଚନା ଅନୁଯାୟୀ ଗିରଫ ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ନାରାୟଣ ଦେ (୪୦),ଦିଲ୍ଲୀପ ପାଲ (୨୪), ନିଲୁ ମୁଖୀ(୧୯), ତରୁଣ ପାଲ(୨୭), ସଂଜୟ ସିଂ (୧୯) , ବିଜୟ ସିଂ(୨୧), ନିର୍ମଳବୈ÷ଠା(୩୦), ପବନ ମୁଖୀ (୨୦) ବାପି ଦେ (୩୦), କାଲୁମୁଖୀ (୧୯), ମିଥୁନ ମୁଖୀ (୭୪), ଓ ଜିତେନ୍ଦ୍ର ବେହେରା (୩୩), ବୋଲି ଜଣା ଯାଇଛି । ମୁଖ୍ୟ ପୁରୋଧାଙ୍କୁ ପୋଲିସ ନଧରି ଖେଳୁଥିବା ଲୋକଙ୍କୁ ପୋଲିସ ଧରି ବହା ବାହା ନେବାକୁ ଚେଷ୍ଟା କରୁଛି ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି । ଦିନ ଦ୍ୱିପହରରେ କେଏସବିଏସ୍ ଛକରେ ଜୁଆ ଖେଳାଯାଉଥିବା ବେଳେ ପୋଲିସ ଷ୍ପାପ୍ ରହୁଥିବା ଗୃହ । ଏଥିରୁ ପ୍ରମାଣିତ ହେଉଛି ପୋଲିସର ଜାଣତରେ ଜୁଆଖେଳ ହେଉଛି । ଗିରଫ ଅଭିଯୁକ୍ତ ମାନଙ୍କୁ ଜାମିନ୍ ଦିଆଯାଇଛି ।




