ବାରିପଦା,୨/୯/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ବାରିପଦା ପୌରପାଳିକା ରାତି ପାହିଲେ ପାଳନ କରିବ ସ୍ବାୟତ୍ତ ଶାସନ ଦିବସ। ୧୯୦୫ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏହି ପୌରପାଳିକାକୁ ପ୍ରତିଷ୍ଠା କରିଥିଲେ । ୨୮ ୱାର୍ଡ ବିଶିଷ୍ଟ ଏହି ପୌରପାଳିକାର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ପ୍ରଥମ ଉପାଧ୍ୟକ୍ଷା ମାତ୍ର ପରିତାପର ବିଷୟ ଗତ ୫ବର୍ଷ ହେବ ଏଠାରେ ଜଣେ ହେଲେ ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ହେଉନାହାନ୍ତି। କାମଚଳା ନିର୍ବାହୀ ଅଧିକାରୀଙ୍କୁ ନେଇ ଚାଲିଛି ପୌରପରିଷଦ ସମୟ ଅନୁସାରେ କ୍ରମଶଃ ବୃଦ୍ଧିପାଉଛି ଏହି ସହର। ବଦ୍ଧିତ ଜନସଂଖ୍ୟା ଅନୁସାରେ କିନ୍ତୁ ବିକାଶର ଧାରା ଧୀମେଇ ଯାଇଛି । ସହରର ବିଭିନ୍ନ ସ୍ଥାନରେ ନିର୍ଦ୍ଦିଷ୍ଟ ପାର୍କ ସ୍ଥଳ ନଥିବାରୁ ଜନସାଧାରଣ ନାହିଁନଥିବା ହଇରାଣ ହେଉଛନ୍ତି । ଏଥିପାଇଁ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଉଛି। ସେହିପରି ତକତପୁର, ଦେବେନ୍ଦ୍ରପୁର, ରଘୁନାଥପୁର, ମୁର୍ଗାବାଡ଼ି ଆଦି ଅଞ୍ଚଳକୁ ବାରିପଦା ସହର କ୍ରମଶଃ ସମ୍ପ୍ରସାରିତ ହେଉଛି। ଉକ୍ତ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କ ସୁବିଧା ନିମନ୍ତେ ଖେଳପଡ଼ିଆ, କଲ୍ୟାଣମଣ୍ଡପ, ପାର୍କ, ଶୁସାନ ଆଦି ନିର୍ମାଣର ଆବଶ୍ୟକତା ଅନୁଭୁତ ହେଲାଣି। ୨୦ଟି ୱାର୍ଡ ଥିବା ବାରିପଦା ପୌରପରିଷଦ ୯୦ଦଶକରେ ୨୫ଟି ଏବଂ ପରବର୍ତ୍ତୀ ସମୟରେ ଆଉ ୩ଟି ବଢ଼ି ୱାର୍ଡ ସଂଖ୍ୟା ୨୮ରେ ପହଞ୍ଚିଛି। ତେବେ ନୂଆ କରି ହୋଇଥିବା ଏହି ୮ଟି ୱାର୍ଡରେ ଏଯାବତ ମୌଳିକ ସୁବିଧା ପହଞ୍ଚିପାରିନି। ବାରିପଦା ସହରରେ କ୍ରୀଡ଼ାର ବିକାଶ ଏବଂ ପ୍ରଚାରପ୍ରସାର ନିମନ୍ତେ ବାରିପଦା ଷ୍ଟାଡିୟମ୍ ପରେ ମଧୁବନ ମିନି ଷ୍ଟାଡିୟମ ରହିଛି । ମାତ୍ର ମଧୁବନ ମିନିଷ୍ଟାଡିୟମରେ କେବଳ ପାଚେରିକୁ, ବାରିପଦା ପୌରପାଳିକ ଦେଇଛନ୍ତି। ଷ୍ଟେସନ ବଜାର ଏବଂ ବାଗଡିହାରେ । ଛାଡ଼ି ଅନେକ କିଛି ଅଧା ଅଧୁରା ହୋଇ ରହିଛି । ୱାସିଂ ଟ୍ରାକ୍, ଖେଳପଡ଼ିଆର ଉନ୍ନତୀକରଣ ନହେବା ଫଳରେ ପାଣି ଜମିରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଗ୍ୟାଲେରୀ ନିର୍ମାଣରେ ହୋଇଥିବା ବୈଷୟିକ ତ୍ରଟି ଏବଂ ଦୂରଦର୍ଶିତାର ରେ ଅଭାବ କାରଣରୁ ଉକ୍ତ ଷ୍ଟାଡିୟମ୍ରେ ଫୁଟବଲ ଖେଳ ମଧ୍ୟ ହୋଇପାରୁନାହିଁ ବାରିପଦା ପୌରାଞ୍ଚଳ ଅଧୀନରେ ଥିବା ୯ଟି ବଡ଼ ଜଳାଶୟ(ବନ୍ଧ) ଏବଂ ୭ଟି କ୍ଷୁଦ୍ର ଜଳାଶୟ ଏବେ ବି ଅବହେଳିତ ହୋଇପଡ଼ିରହିଛି ।କରାଯାଇ ଏଗୁଡ଼ିକର ବିକାଶ ନେଇ ଯୋଜନା କୃଷି କ୍ଷେତ୍ର ରହିଥିଲେ ମଧ୍ୟ କେବଳ ଫଳରେ ସୀମିତ ବାରିପଦା ଯିବ ସେହି ପୌରପରିଷଦର ସାମଗ୍ରୀକ ବିକାଶ ପାଇଁ ପ୍ରଶାସନ ଗୁରୁତ୍ବର କାର୍ଯ୍ୟକାର ସହିତ ବିଚାର କରିବା ଆବଶ୍ୟକ ବର୍ଜକୁ ବୋଲି ପୂର୍ବତନ ପୌରାଧ୍ୟକ୍ଷ ମାଧ୍ୟମ କୃଷ୍ଣାନନ୍ଦ ମହାନ୍ତି (ବାଦଲ) କହିଛନ୍ତି । ତେବେ ସହରବାସୀଙ୍କ ପାଇଁ ସ୍ୱାୟତ୍ତ ଶାସନ ଦିବସରେ ଏକ ଭଲ ଖବର ବି ଅଛି । ଅମୃତ ଯୋଜନାରେ ବାରିପଦା ସହରରେ ଲୋକମାନଙ୍କ ପାଇଁ ଦୁଇଟି ନୂଆ ପାର୍କର ଉଦ୍ଘାଟନ ହେବ ବୋଲି ଶ୍ରୀମତୀ ରେଢ଼ୀ ସୂଚନା ଦେଇଛନ୍ତି । ଷ୍ଟେସନ ବଜାର ଏବଂ ବଘଡିହାରେ ହୋଇଥିବା ଦୁଇ ପାର୍କ ଉଦ୍ଘାଟିତ ହେବ ।
ତାଜା ଖବର
- ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟିରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ



