ବାରିପଦା, ୧୬/୦୫ (ସନ୍ଧାନ ନିଉଜ) : ଆଖି ସାମ୍ନାରେ ଯମଦୂତ ପରି ଠିଆ ହୋଇଛି ରୋଗ। ଏମିତି ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରିବା ପାଇଁ ସବୁ ପ୍ରକାର ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ଶ୍ରମିକମାନେ। ସେଥିପାଇଁ ତ ଶହ ଶହ କିଲୋମିଟର୍ ଦୂର ଘରକୁ ପାଦରେ ଚାଲି ଚାଲି ଫେରୁଛନ୍ତି। ଜଣେ କି ଦୁଇଜଣ ନୁହେଁ ହଜାର ହଜାର ଲୋକ ନିଜ ଜୀବନକୁ ବିପଦରେ ପକାଇ ଚାଲୁଛନ୍ତି। ଟ୍ରଲି ଓ କାଠପଟାରେ ପ୍ରବାସୀ ଶ୍ରମିକ ଛୁଆକୁ ବୋହିବା ଘଟଣା ପରେ ଏବେ ଓଡ଼ିଶାରେ ସାମ୍ନାକୁ ଆସିଛି ଏହିଭଳି ଏକ ଚିତ୍ର। ଭାରରେ ଗୋଟିଏ ପଟେ ବସ୍ତା ଓ ଅନ୍ୟପଟେ ଛୋଟ ଛୁଆକୁ ବୋହି ନେଉଛି ବାପା। ଏ ଦୃଶ୍ୟ ମୟୂରଭଞ୍ଜ ବାରିପଦାର। ଲକଡାଉନ ପରେ କାମଧନ୍ଦା ହରାଇ ଭଦ୍ରକରୁ ୧୨୦ କିଲୋମିଟରରୁ ଅଧିକ ରାସ୍ତା ଚାଲି ଚାଲି ଘରକୁ ଫେରିଛନ୍ତି ଏହି ଶ୍ରମିକ।
ତାଜା ଖବର
- ଦଶରଥପୁର ପାଇଁ ଗୌରବ ଆଣିଲେ ଅଙ୍କିତା +୨ କଳାରେ ରାଜ୍ୟ ଟପ୍ପର
- ନ୍ୟୁକ୍ଲିୟସ କୋଚିଂ ସେଣ୍ଟରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
- ଦଶରଥପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରନିର୍ଦ୍ଧାରିତ ସମୟ ପରେ ଜିଲ୍ଲାପାଳ ପହଞ୍ଚିବାରୁ ଅଭିଯୋଗ କାରୀଙ୍କ ଅସନ୍ତୋଷ
- ପୁଅର ମୃତ୍ୟୁ ଖବର ପାଇ ରସି ଲଗାଇ ବାପାର ମୃତ୍ୟୁ ଶୋକାକୁଳ ପରିସ୍ଥିତି ମଧ୍ୟରେ ଶେଷ ହେଲା ଶେଷ କୃତ୍ୟ
- ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର – ୨୦୨୫ ପାଇଁ ମନୋନୟନ ପତ୍ର ଆହ୍ୱାନ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବନଡେଗା (କୁବା ପଡା )ବାହା ଘରେ ବାଇକ ଓ ମୋବାଇଲ ଚୋରି, ଥାନା ରେ ଅଭିଯୋଗ
- ଏଣିକି ସଚିବ ମାନେ ପ୍ରତି ଜିଲ୍ଲା କୁ ଯାଇ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର କରିବେ ସମୀକ୍ଷା।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ତଳସରା ପୋଲିସ ପକ୍ଷରୁ ସାଇକେଲ ରେଳିର କିଛି ଝଲକ ଓ “ଇନ୍ଧନ ବଞ୍ଚାଅ” ଅଭିଯାନ



