ବାରିପଦା, ୧୬/୦୫ (ସନ୍ଧାନ ନିଉଜ) : ଆଖି ସାମ୍ନାରେ ଯମଦୂତ ପରି ଠିଆ ହୋଇଛି ରୋଗ। ଏମିତି ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରିବା ପାଇଁ ସବୁ ପ୍ରକାର ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ଶ୍ରମିକମାନେ। ସେଥିପାଇଁ ତ ଶହ ଶହ କିଲୋମିଟର୍ ଦୂର ଘରକୁ ପାଦରେ ଚାଲି ଚାଲି ଫେରୁଛନ୍ତି। ଜଣେ କି ଦୁଇଜଣ ନୁହେଁ ହଜାର ହଜାର ଲୋକ ନିଜ ଜୀବନକୁ ବିପଦରେ ପକାଇ ଚାଲୁଛନ୍ତି। ଟ୍ରଲି ଓ କାଠପଟାରେ ପ୍ରବାସୀ ଶ୍ରମିକ ଛୁଆକୁ ବୋହିବା ଘଟଣା ପରେ ଏବେ ଓଡ଼ିଶାରେ ସାମ୍ନାକୁ ଆସିଛି ଏହିଭଳି ଏକ ଚିତ୍ର। ଭାରରେ ଗୋଟିଏ ପଟେ ବସ୍ତା ଓ ଅନ୍ୟପଟେ ଛୋଟ ଛୁଆକୁ ବୋହି ନେଉଛି ବାପା। ଏ ଦୃଶ୍ୟ ମୟୂରଭଞ୍ଜ ବାରିପଦାର। ଲକଡାଉନ ପରେ କାମଧନ୍ଦା ହରାଇ ଭଦ୍ରକରୁ ୧୨୦ କିଲୋମିଟରରୁ ଅଧିକ ରାସ୍ତା ଚାଲି ଚାଲି ଘରକୁ ଫେରିଛନ୍ତି ଏହି ଶ୍ରମିକ।
Related Posts
ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦ ରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ କଂଗ୍ରେସ କାଉନସିଲରଙ୍କ ଧାରଣା
୧୪ ଦିନ ଭିତରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୪୩ ଜଣ : ତାଲିକା ଦେଲା ସ୍ୱାସ୍ଥ୍ୟ ବିଭାଗ , ଭୁବନେଶ୍ୱରକୁ ଆସିଛନ୍ତି ୨୧ ଜଣ, କଟକକୁ ୫



