ରାଉରକେଲା,୧୮/୧୨ (ସନ୍ଧାନ ନିଉଜ) : ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଥିବା ଗୋଟିଧର ଗ୍ରାମ ନିକଟରେ ଥିବା ରାଜୁ ପଠାକ ନାମକ ଜଣେ ବ୍ୟକ୍ତିଙ୍କପଥରଖାଦାନରେ ଗତ ୯/୩/୧୮ରେବିସ୍ଫୋରଣ ବେଳେ ଦୂର୍ଘଟଣାରେଆହତ ହୋଇ କଲାକୁଜର ଗ୍ରାମପଞ୍ଚାୟତର ଝରାବାହାଲ ଗ୍ରାମରଲ ରେନ ମାଝୀଙ୍କର ମୃତ୍ୟୁହୋଇଯାଇଥିଲା । ସେତେବେଳେ ଏହିଘଟଣାରେ ପୋଲିସ ଖାଦନାର ବେଞ୍ଜାମିନ ଚାଣ୍ଡିଲ ଓ ବୁଧନ ମୁଣ୍ଡାରୀନାମକ ୨ ଜଣକୁ ଗିରଫ କରିଥିବାବେଳେ ମାଲିକ ରାଜୁ ପାଠକଯଦିଓ ଫେରାର ହୋଇଯାଇଥିଲାତେବେ ପରେ ହାଇକୋର୍ଟରୁ ଅଗ୍ରିମଜାମିନ ଆଣିଥିଲେ ।
ଏହି ଘଟଣାରେ ତଦନ୍ତ କରୁଥିବା ପୋଲିସ ଖାଦନକୁ ବିସ୍ଫୋରକ ଯୋଗାଉଥିବା କଲୁଙ୍ଗା କଲୋନୀ ବାସିନ୍ଦା ଆଲୋକ ସାମଲକୁଗିରଫ ପାଇଁ ଯୋଜନା କରୁଥିବାବେଳେସେ ଫେରାର ହୋଇଯାଇଥିଲେ । ଆଜିଦୀର୍ଘ ଦେଢ ବର୍ଷ ପରେ ଆଲୋକ ନିଜଘରକୁ ଆସିଥିବା ଜଣାପଡିବା ପରେପୋଲିସ ଚଢାଉ କରି ଆଲୋକକୁ ଗିରଫ କରି କୋର୍ଟଚାଲାଣ କରିଥିବାଜଣାପଡିଛି ।
ଚୋରାରେ ବାରୁଦ ଯୋଗାଣ ମାମଲା,୨ ଗିରଫ
