ଚିଲିକାର ପାଇଁ ୧୫୮ କୋଟି, ଅଂଶୁପା ପାଇଁ ୨୧ କୋଟି ୨୩ ଲକ୍ଷ

Spread the love

ଭୁବନେଶ୍ବର ୧୮/୦୮ (ସନ୍ଧାନ ନିଉଜ) : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ଉଭୟ ଚିଲିକା ଓ ଅଂଶୁପା ହ୍ରଦର ବିକାଶ ପାଇଁ ୫ ବର୍ଷିଆ କାର୍ଯ୍ୟଖସଡ଼ାକୁ ଅନୁମୋଦନ ମିଳିଛି।

ତେବେ ଚିଲିକାର ସମନ୍ବିତ ପରିଚାଳନା ପାଇଁ ୧୫୮ କୋଟି ଟଙ୍କାର ବ୍ୟୟ ଅଟକଳ ରଖିଥିବା ବେଳେ ଅଂଶୁପାର ସାମଗ୍ରିକ ବିକାଶ ପାଇଁ ୨୧ କୋଟି ୨୩ ଲକ୍ଷ ଟଙ୍କାର ଯୋଜନା କରାଯାଇଛି ବୋଲି ସୂଚନା ମିଳିଛି। ଏହାଫଳରେ ଚିଲିକାର ଚାରି ପାର୍ଶ୍ବରେ ଥିବା ୧୫୧ଟି ଗ୍ରାମର ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ ସୁପ୍ରଭାବ ପଡ଼ିବ।

Related Posts

About The Author

Add Comment