ଚାଷୀଙ୍କୁ ମିଳିଲା ଦୁର୍ଘଟଣା ଜନିତ ବୀମା ରାଶି

Spread the love

ସୁନ୍ଦରଗଡ ତା୮/୧୧/୨୦୨୪( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ଏକ ଆଦିବାସୀ ଚାଷୀ ବହୁଲ ଅଞ୍ଚଳ ।ଲୋକେ ଚାଷ କୁ ଜୀବିକା ରୂପେ ଅନୁସରଣ କରୁଥିବା ବେଳେ ସରକାରଙ୍କ ଋଣ ଉପରେ ଆଶା ରଖିଥାନ୍ତି । ଏହି କ୍ରମରେ ସବଡେଗା ସମବାୟ ଶାଖା ଅନ୍ତର୍ଗତ କିରାଲଗା ଲ୍ୟାମ୍ପସ ରେ ପାଇକ ବାହାଲର ଗ୍ରାମର ସୁରେନ୍ ବିଲୁଙ୍ଗଙ୍କ ଗତ ୧୩/୬/୨୦୨୪ ରେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସୁନ୍ଦରଗଡ ଜିଲ୍ଲା ସମବାୟ ବ୍ୟାଙ୍କ୍ ନୀୟମାବଲି ଅନୁଯାୟୀ ଯୋଉ ଚାଷୀ ଉଚିତ୍ ସମୟରେ ଋଣ ପରିଶୋଧ କରି ବର୍ଷାନୁ କ୍ରମିକ ଖାତା ନୂଆ କରୁଥିବେ ତାଙ୍କୁ ପାଞ୍ଚ ଲକ୍ଷ ବୀମା ଜନିତ ଦୁର୍ଘଟଣା ରାଶି ମିଳିଥାଏ । ଏହି କ୍ରମରେ ଆଜି ସବଡେଗା ସମବାୟ ବ୍ୟାଙ୍କ୍ ଶାଖା ପରିସରରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପତ୍ନୀ ଇମ୍ରାନିକା ସରେଙ୍ଗ ଙ୍କୁ ଜିଲା ସମବାୟ ବ୍ୟାଙ୍କ୍ ର ସି.ଇ.ଓ ରବୀନ୍ଦ୍ର ନାଥ ଡାଲନାଦିଆ ପାଞ୍ଚ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଏହି ଅବସରରେ ସବଡେଗା ସମବାୟ ବ୍ୟାଙ୍କ୍ ମ୍ୟାନେଜର କିରନ୍ ସରେଙ୍ଗ, ଡାଏରେକ୍ଟର ସୁଷମା ସରୋଜିନୀ ଟେଟେ ସହିତ କୀରାଲଗା ଲ୍ୟାମ୍ପସ ଏମ.ଡି ଭଜରାଜ ସାହୁ, କିରାଳଗା ଲ୍ୟାମ୍ପସ ସଭାପତି ଜୀବନ ଡୁଙ୍ଗଡୁଙ୍ଗ ଉପସ୍ଥିତ ରହିଥିଲେ ।

Related Posts

About The Author

Add Comment