ଯାଜପୁର ସଦର, ୧୪/୩/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡିଙ୍କୁ କିଛିଦିନ ହେବ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ୬ ଦିନିଆ (ଫୁଲ ଟାଇମ ) ଡେପୁଟେସନରେ ବ୍ଲକର ବାଘୁଆଶୁଣି ସରକାରୀ ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି ଜ୍ଝ ଯାହାକୁ ନେଇ ଅଭିଭାବକ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଧାନ ଶିକ୍ଷକଙ୍କ ଡେପୁଟେସନ ବାତିଲ କରିବା ପାଇଁ ଅଭିଭାବକ ମହଲରେ ଦାବି ହୋଇଛି ଜ୍ଝ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ୬ ଦିନିଆ ଡେପୁଟେସନ କରାଯାଇ ଥିବା ବେଳେ ତାଙ୍କ ବଦଳରେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉ ଛନ୍ତି ଜ୍ଝ ରଞ୍ଜନ କାଣ୍ଡି ଅନ୍ୟ ବିଦ୍ୟାଳୟରେ ଡିୟୁଟି କରୁଥିଲେ ମଧ୍ୟ ତାଙ୍କର ଦରମା ଜୟଚଣ୍ଡୀ ବିଦ୍ୟାଳୟରୁ କରାଯାଉଛି ଜ୍ଝ ସେହିପରି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଣ୍ଡି ଡେପୁଟେସନରେ ଅନ୍ୟ ବିଦ୍ୟାଳୟକୁ ଯାଇଥିଲେ ମଧ୍ୟ ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିବା ସହ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି ଜ୍ଝ ତାଙ୍କୁ ବଦଳି କରାନଯାଇ ଡେପୁଟେସନ କରାଯାଇ ଥିବାରୁ ଏହି ଜୟଚଣ୍ଡୀ ହାଇସ୍କୁଲରେ ଶିକ୍ଷକ ପଦବୀ ପୂର୍ଣ୍ଣ ଥିବା ନେଇ କାଗଜପତ୍ର କହୁଥିବା ବେଳେ ବାସ୍ତବରେ କିନ୍ତୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଣ୍ଡି ୬ ଦିନିଆ ଡେପୁଟେସନରେ ଯାଇଛନ୍ତି ଜ୍ଝ ବିଦ୍ୟାବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିୟମ ଅନୁଯାଇ ଫୁଲ ଟାଇମ ଡେପୁଟେସନ କରିବାର ନିୟମ ନଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ କେଉଁ କାରଣ ପାଇଁ ନାଁ କାହା ଚାପରେ ଏପରି ଡେପୁଟେସନ ଅଡର କରାଯାଇଛି ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଞ୍ଚଳ ବାସି ଦାବି କରିଛନ୍ତି ଜ୍ଝ ୭ ଦିନ ମଧ୍ୟରେ ତଦନ୍ତ କରି ବେଆଇନ ଭାବେ କରାଯାଇଥିବା ଡେପୁଟେସନ ବାତିଲ କରାଯିବା ସହ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ନିଆନଗଲେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଓ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଅଞ୍ଚଳ ବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ଜ୍ଝ
ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟପ୍ରଧାନ ଶିକ୍ଷକଙ୍କ ୬ ଦିନିଆ ଡେପୁଟେସନ ବାତିଲ କରିବାକୁ ଦାବି
|
March 14, 2026 |



