ଚାଷୀଙ୍କ ମଟର ମେସିନ ସହିତ ଅନ୍ୟାନ୍ୟ ଚାଷ ଯନ୍ତ୍ରପାତି ଚୋରି, ଥାନା ରେ ମାମଲା ରୁଜୁ

Spread the love

ସୁନ୍ଦରଗଡ଼ ତା:୧୫-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ ) କଥା ରେ ଅଛି ଚାଷ କାମ ଯାହାର, କେତେ ସୁଖ ତାହାର l ଏହି କଥା ଟା କହିବା ସହଜ କିନ୍ତୁ କରିବା ଟା ବହୁତ କଷ୍ଟ l ଗୋଟିଏ ଚାଷୀ ଖରା ବର୍ଷା ଶୀତ ସହି ଭୋକ ଉପାସ ରହି ଚାଷ କରି ଦେଶ ରେ ଖାଦ୍ୟ ଯୋଗାଇ ଥାନ୍ତି କିନ୍ତୁ ଏହି ଚାଷୀ  କେତେ ଯେ ଝଡ଼ ଝଞ୍ଜା କୁ ପାଦରେ ଚାପି ଚାଷ କରି ଥାଏ ତାହା ଚାଷୀ ଜଣେ ହିଁ ବୁଝି ପାରିବ l କେତେବେଳେ ଚାଷୀର ବିଲରୁ ଲୋକେ ଚାଷୀ ଯନ୍ତ୍ର ନିପାତି ଚୋରି କରି ନେଇ ଯାଉ ଥିବା ଘଟଣା ସାମ୍ନାକୁ ଆସିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସବଡେଗା ବ୍ଲକ ରାଶିପତ୍ରl ଗ୍ରାମ ର ଏକ ଚାଷୀ ଙ୍କ ଠାରେ l ସୂଚନା ଅନୁସାରେ ସବଡେଗା ବ୍ଲକ ରାଶିପତ୍ରା ଗ୍ରାମ ରେ ଜଣେ ରଘୁନାଥ ମାଝୀ ନାମକ ଚାଷୀ ତାଙ୍କର ଚାଷ ଜମି ହିଡ଼ ରେ ଏକ ଛୋଟିଆ ଛପର ଘର କରି ସେଠାରେ ପାଣି ମୋଟର ପମ୍ପ, କୋଦାଳ ଓ ଅନ୍ୟାନ୍ୟ ଚାଷ ଯନ୍ତ୍ର ପାତି ରଖି ଥିବା ବେଳେ ଗତ ତା୧୩-୦୨-୨୦୨୬ରିଖ ରାତିରେ କେହି ଜଣେ ଦୁର୍ବୃତ୍ତ ଚୋରି କରି ନେଇ ଯାଇଥିବା ନେଇ ଆଜି ସେ ତଲସରା ଥାନା ରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ଦିନ ସାରା ଚାଷ କାମ କରି ଜମି ହିଡ଼ ରେ ତିଆରି କରିଥିବା ଛପର ଘରେ ଚାଷ କରିବା ଯନ୍ତ୍ରପାତି କୁ ରଖି ତାଲା ପକାଇ ଘର ଆସି ରାତିରେ ଶୋଇ ପଡି ଥିବା ବେଳେ କେହି ହିଡ଼ ରେ ଥିବା ଛପର ଘର ର ତାଲା ଫାଡି ମୋଟର, ପାଣି ପମ୍ପ ସହିତ ଚାଷ କରିବା ଯାବତୀୟ ଜିନିଷ ଚୋରି କରି ନେଇଯାଇଛନ୍ତି ବୋଲି ସେ କହିଛନ୍ତି l ତଲସରା ଥାନା ଅଧିକାରୀ ଲିଖିତ ଅଭିଯୋଗ ପାଇ ଏକ କେଶ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣା ପଡିଛି ।

Related Posts

About The Author

Add Comment