ରାଇରଙ୍ଗପୁର-୨/୧୨/୨୦୨୧(ସନ୍ଧାନ ନ୍ୟୁଜ୍) ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ରେ ଗୁଣିଗାରେଡ଼ି ସନ୍ଦେହରେ ସ୍ବାମୀ-ସ୍ତ୍ରୀ ଶୋଇଥିବା ସମୟରେ ଟାଙ୍ଗିଆରେ ଆକ୍ରମଣ। ଘଟଣାସ୍ଥଳରେ ସ୍ଵାମିଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଗୁରୁତର ଆହତ ସୂଚନାଯୋଗ୍ୟ ଯେ, ଜଗନ୍ନାଥପୁର ଗ୍ରାମ ର ମନସି°ସୋରେନ ସ୍ତ୍ରୀ ସାଲହୋମଣି ସରେନ ଉଭୟେ ଶୁକ୍ରବାର ରାତିରେ ଖାଇପିଇ ସଇଥିବା ସମୟରେ ବିଳମ୍ବିତ ରାତିରେ ୩ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଉଭୟେ ସେମାନଙ୍କୁ ଟାଙ୍ଗିଆରେ ଆକ୍ରମଣକରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ମାନସିଂଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ସାମହୋମଣି ଙ୍କୁ ପରିବାର ଓ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।ଦୁର୍ବୁତ୍ତ ମାନେ ସେମାନଙ୍କୁ ଧାରୁଆ ଅସ୍ତ୍ର କିମ୍ବା ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିବା ମୃତକଙ୍କ ପୁଅ ସୂଚନା ଦେଇଛନ୍ତି।ବାପା ମାଆ ଙ୍କୁ ବଞ୍ଚେଇବାକୁ ଯାଇ ନବମ ଶ୍ରେଣୀରେ ପଢ଼ୁଥିବା ପୁଅର ହାତଅଙ୍ଗୁଳି କଟି ଯାଇଥିବା ଜଣାପଡିଛି। ଖବରପାଇ ବହଳଦା ଥାନା ପୋଲିସ, ରାଇରଙ୍ଗପୁର ଏସ୍ ପି, ରାଇରଙ୍ଗପୁର ଏସ,ବି,ପି,ଅ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ପାରି ପାଶ୍ଵିକ ସ୍ଥିତି ରୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ।
ଗୁଣିଗାରେଡ଼ି ସନ୍ଦେହରେ ସ୍ବାମୀ-ସ୍ତ୍ରୀ ଶୋଇଥିବା ସମୟରେ ଟାଙ୍ଗିଆରେ ଆକ୍ରମଣ
|
December 2, 2021 |
