କଟକ,(ସନ୍ଧାନ ନ୍ୟୁଜ୍) : ସେ ଦିନ ନିଜ ସନ୍ତାନକୁ ରୋଗ ଶଯ୍ୟାରେ ଛାଡି ଦେଶ ସେବାରେ ଆଗେଇ ଆସିଥିଲେ ପୂଣ୍ୟଶ୍ଳୋକ ଗୋପବନ୍ଧୁ । ଯାହାଙ୍କର ଜୀବନ ଥିଲା ସମାଜ ପାଇଁ ସମର୍ପିତ । ସେହିଭଳି ଜଣେ ସମାଜସେବୀ, ସୁନାମଧନ୍ୟ ସାହିତ୍ୟିକ, ଅନନ୍ୟ ମାର୍ଗ ଦର୍ଶକ ପ୍ରାଧ୍ୟାପକ ଡକ୍ଟର କଲିମୁଲ୍ଲା ଆମ ସମୟର ଉଦାହରଣିୟ ବ୍ୟକ୍ତିତ୍ଵ । ପିତା – ମରହୁମ୍(ସ୍ୱର୍ଗତ) ସେକ୍ ମହେବୁଲ୍ଲା,ମାତା – ମରହୁମା ରସନ୍ଆରା ବିବିଙ୍କ କୋଳ ମଣ୍ଡନ କରି ୧୯୫୯ ମସିହାରେ କଟକ ସଦର ୪୨ ମୌଜା କଳପଡ଼ା ପଞ୍ଚାୟତ ଉପକଣ୍ଠ ରାଉତରାପୁର ଗ୍ରାମରେ ତାଙ୍କ ଜନ୍ମ । କଟକ ସଦର ୪୨ ମୌଜାସ୍ଥ ସୁଦର୍ଶନ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗ ମୁଖ୍ୟ ଭାବେ ଜଣେ ଛାତ୍ରବତ୍ସଳ ପ୍ରାଧ୍ୟାପକ ଅଧୁନା ଅବସର ନେଇଛନ୍ତି । ଅବସର ପରେ ଗୋବିନ୍ଦପୁର ଡିଗ୍ରୀ ମହାବିଦ୍ୟାଳୟରେ ଅର୍ଥନୀତି ସ୍ନାତକୋତ୍ତର ବିଭାଗରେ ଶିକ୍ଷାଦାନ ସେବାରେ ବ୍ରତୀ । ତାଙ୍କ ଜୀବନ ଦେଶାତ୍ମକବୋଧ,ଜାତି ପାଇଁ ତ୍ୟାଗ ଓ ସେବା ମନୋଭାବ,ଅନନ୍ୟ ଆଦର୍ଶ,ଶୋଭାନୀୟତା,ସ୍ୱାଭିମାନରେ ପରିପୂର୍ଣ୍ଣ । ଛାତ୍ର ଜୀବନରୁ ସେବାକୁ ଭଲ ପାଉଥିବା ଏହି ପ୍ରତିଭା ପୂର୍ବତନ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଉତ୍କଳ,ପୂର୍ବତନ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ,ରାଜ୍ୟ ଆବାହକ ୱାଲ୍ଡ ହ୍ୟୁମାନ ରାଇଟ୍ସ କାଉନସିଲ୍,ଆଜୀବନ ସଦସ୍ୟ ଉତ୍କଳ ସାହିତ୍ୟ ସମାଜ,ଜାତୀୟ ଯୁବ ପ୍ରକଳ୍ପ ଏବଂ ଉପଦେଷ୍ଟା ଭାବେ ସ୍ୱପ୍ନ ଫାଉଣ୍ଡେସନ୍,ବିଶ୍ୱ କଳିଙ୍ଗ ଫାଉଣ୍ଡେସନ୍,ବାରବାଟୀ ନୃତ୍ୟ ଉତ୍ସବ କଟକ,ବଟକୃଷ୍ଣ ବିଶ୍ବାଳ ମେମୋରିଆଲ ଟ୍ରଷ୍ଟ,ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ – ଓଡ଼ିଶା (ବିସିଟି),ସରସ୍ଵତୀ କଳା ପରିଷଦ କଟକ ସଦର,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ, ଅଞ୍ଜୁମନ ଟାଇଡେ ଇସ୍ଲାମ,ଗ୍ରାମୀଣ ସେବକ ସମାଜ, ଇଣ୍ଟରନେସନାଲ କ୍ଲବ୍ ଓ ୪୨ ମୌଜା ବିକାଶ ପରିଷଦର ଆଜୀବନ ସଦସ୍ୟ ଆଦି ଅନେକ ସଙ୍ଗଠନ ସହ ସେ ଜଡ଼ିତ, ସବୁଠି ରହିଛି ତାଙ୍କ ସମ୍ମାନ । ସେ ଏକା ଧାରରେ ଜଣେ ସୁଦକ୍ଷ ସଂଗଠକ,ଉଚ୍ଚ କୋଟିର ବକ୍ତା, ସାହିତ୍ୟିକ,ସମୀକ୍ଷକ,ସମାଜସେବୀ, ସମାଜ ସଂସ୍କାରକ,ପରିବେଶବିତ୍, ଶିକ୍ଷାବିତ୍ ଆଉ ଦକ୍ଷ ପ୍ରଶାସକ ଭାବେ ବେଶ୍ ପ୍ରତିଷ୍ଠିତ ଅସାଧାରଣ ବ୍ୟକ୍ତିତ୍ଵ । ତାଙ୍କ ଶିକ୍ଷାଦାନ ବ୍ୟବସ୍ଥା ଅତି ଉଚ୍ଚମାନର ଏବଂ ସରଳ ବୋଧଗମ୍ୟ କହିବାକୁ ଗଲେ ସେ ସାମାଜିକ ସଂସ୍କାର,ଜନ ଚେତନା ଆଉ ପ୍ରତିଭାର ବିକାଶ ଦିଗରେ କଟକ ସଦର ମାଟିର ମୁକୁଟ ବିହୀନ ସମ୍ରାଟ । ଏହି ସାରସ୍ଵତ ସାଧକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରୁଛୁ ।
ଓଡ଼ିଶା ଜାତିର ସ୍ବାଭିମାନ ଓ ତ୍ୟାଗର ପ୍ରତୀକ : ସମାଜସେବୀ ଡକ୍ଟର ସେକ୍ କଲିମୁଲ୍ଲା
|
October 20, 2023 |