କଟକ, ୨୪/୮/୨୬ (ସନ୍ଧାନ ନ୍ୟୁଜ): ଲବ୍ଧପ୍ରତିଷ୍ଠ ସାହିତ୍ୟିକା ସାରସ୍ଵତ ସାଧିକା ମଧ୍ୟଶାସନ ଗ୍ରାମର ଛବିରାଣୀ ପତିଙ୍କୁ ଉଲ୍ଲେଖନୀୟ ସଫଳତା ନେଇ “ସରଳା ଦେବୀ ସାରସ୍ଵତ ସମ୍ମାନ – ୨୦୨୬”ରେ ସମ୍ମାନିତ କରାଯାଇଛି । କଟକ ସାରଳା ଭବନରେ ଆଇନଜୀବୀ ନିରଞ୍ଜନ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଲୌହମାନବୀ ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ସମାରୋହରେ ବିଶିଷ୍ଟ ଅତିଥି ଭାବେ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ, ବରେଣ୍ୟ ଅତିଥି ଭାବେ ଡଃ ଇଂ.ପ୍ରଭାକର ସ୍ୱାଇଁ,ଡଃ ମନସ୍ବିନୀ ସାହୁ,ଡଃ.ବୈଜୟନ୍ତୀ ନାୟକ ପ୍ରମୁଖ ଯୋଗଦେଇ ଶ୍ରୀମତୀ ପତିଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଥିଲେ । ଗୀତିକବି ଡଃ ତୋଫାନ ଜେନା,ଗୀତିକବି ବାମଦେବ ସ୍ବାଇଁ,ସରସ୍ୱତୀ କଳା ପରିଷଦ କନ୍ଦରପୁର କଟକ ସଦର ଉପଦେଷ୍ଟା କବି ତଥା ପୀତାମ୍ବର ମହାପାତ୍ର,କବୟିତ୍ରୀ ସଂହିତା ଜେନା,କବୟିତ୍ରୀ ତଥା ଆଦର୍ଶ ନାରୀ ପ୍ରତିଭା କୁନ୍ତଳା ମହାପାତ୍ର ପ୍ରମୁଖ ଶ୍ରୀମତୀ ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଉଲ୍ଲେଖନୀୟ ସଫଳତା ନେଇ କବୟିତ୍ରୀ ଛବି ରାଣୀ ପତି ସମ୍ବର୍ଦ୍ଧିତ ।
|
August 24, 2026 |



