ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରିବ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର

Spread the love
ବରଗଡ : ୧୩/୮/୨୬ (ସନ୍ଧାନ ନ୍ୟୁଜ) ସ୍ଥାନୀୟ ଆଞ୍ଚଳ ମହାବିଦ୍ୟାଳୟ ପାଇଁ ଏକ ଅତ୍ୟନ୍ତ ଗୌରବ ଓ ଆନନ୍ଦର ବିଷୟ ସାମ୍ନାକୁ ଆସିଛି । ପ୍ରସିଦ୍ଧ GFTN CFI କୋହୋର୍ଟ-୨ (Cohort-2) ସ୍କ୍ରିନିଂ ଟେଷ୍ଟ ପ୍ରତିଯୋଗିତାରେ ମହାବିଦ୍ୟାଳୟର ଦଳ ସମଗ୍ର ଓଡ଼ିଶାରେ ଶ୍ରେଷ୍ଠ ୩ ସ୍ଥାନ ହାସଲ କରି ଏକ ନୂଆ ଇତିହାସ ରଚିଛି । ଛାତ୍ରଛାତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମ, ଅତୁଳନ ପ୍ରତିଭା, ସମର୍ପଣ ଏବଂ ମାର୍ଗଦର୍ଶକଙ୍କ ସଠିକ୍ ଦିଗଦର୍ଶନ ଯୋଗୁଁ ଏହି ଅଭୂତପୂର୍ବ ସଫଳତା ସମ୍ଭବ ହୋଇପାରିଛି । ଏହି ସଫଳତା ବଳରେ ମହାବିଦ୍ୟାଳୟ ଟିମ୍ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରି ବିଶ୍ୱପ୍ରସିଦ୍ଧ ‘ନେସନାଲ ୟୁନିଭରସିଟି ଅଫ୍ ସିଙ୍ଗାପୁର’ ଗସ୍ତ କରିବାର ସୁବର୍ଣ୍ଣ ସୁଯୋଗ ପାଇଛି । ଏହି ଗୌରବମୟ ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦ , ଯୁକ୍ତ ଦୁଇ ପ୍ରଭାରୀ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର , ପ୍ରମୋଦ କୁମାର ପାଣିଗ୍ରାହୀ , ସନ୍ତୋଷ କୁମାର ମିଶ୍ର ସମେତ ସମସ୍ତ ଶିକ୍ଷକ-ଅଣଶିକ୍ଷ କର୍ମଚାରୀ କୃତି ଛାତ୍ର ଛାତ୍ରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Posts

About The Author

Add Comment