ନୂଆ ଦିଲ୍ଲୀ, ୨୦/୦୩/୨୧ (ସନ୍ଧାନ ନିଉଜ) : ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟି -୨୦ ମ୍ୟାଚ୍ ଖେଳାଯାଇଛି। ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୩-୨ ରେ ବିଜୟଲାଭ କରି ସିରିଜ୍ ଜିତିଛି ଭାରତ। ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ୨୦ ଓଭରରେ ୨ଟି ଓ୍ବିକେଟ ହରାଇ ୨୨୪ ରନ କରିଥିଲା ଭାରତ। ଇଲଣ୍ଡକୁ ପ୍ରଥମ ଝଟକା ଶୂନରେ ଲାଗିଥିଲା। ଇଲଣ୍ଡର ଓପନର୍ ଜେସନ୍ ରୟ ଶୂନରେ ଆଉଟ ହୋଇଯାଇଥିଲେ।ସେ ଭୁବନେଶ୍ୱର କୁମାରଙ୍କ ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ। ୨୨୪ ରନ୍କୁ ପିଚ୍ଛା କରି ଇଲଣ୍ଡ କେବଳ ୧୮୮ ରନ୍ କରିପାରିଥିଲା।
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲି ଚମତ୍କାର ଆରମ୍ଭ କରିଥିଲେ। ରୋହିତ ଶର୍ମା ୩୪ ବଲ ଖେଳି ୪ଟି ଚୌକା ଏବଂ ୫ଟି ଛକା ସହାୟତାରେ ୬୪ ରନ କରି ଆଉଟ ହୋଇଛନ୍ତି। ରୋହିତ ଆଉଟ ହେବା ପରେ ଅଧିନାୟକ ବିରାଟ କୋହଲି ବିସ୍ଫୋରକ ବ୍ୟାଟିଂ କରିଥିଲେ। କୋହଲି ୫୨ ବଲ ଖେଳି ୭ଟି ଚୌକା ଏବଂ ୨ଟି ଛକା ସହାୟତାରେ ୮୦ ରନ ଏବଂ ହାର୍ଦ୍ଧିକ ପାଣ୍ଡ୍ୟା ୧୭ ବଲ ଖେଳି ୪ ଚୌକା ଏବଂ୨ ଛକା ସହାୟତାରେ ୩୯ ରନ କରି ଅପରାଜିତ ଥିଲେ। ସୂର୍ଯ୍ୟକୁମାର ଯାଦବ ୧୭ ବଲରେ ୩ ଚୌକା ଏବଂ ୨ଟି ଛକା ସହାୟତାରେ ୩୨ ରନ କରି ଆଉଟ ହୋଇଥିଲେ।
ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆରେ ଗୋଟିଏ ପରିବର୍ତ୍ତନ ହୋଇଥିଲା ଇଂଲଣ୍ଡର ଖେଳାଳି ଅପରିବର୍ତ୍ତିତ ରହିଥିଲେ। କେଏଲ୍ ରାହୁଲ୍ଙ୍କ ସ୍ଥାନରେ ଟି ନଟରାଜନ ଖେଳିଥିଲେ। ଏହି ମ୍ୟାଚ ଜିତି ସିରିଜ ଜିତିବା ଲକ୍ଷ୍ୟ ନେଇ ଭାରତ ଓ ଇଂଲଣ୍ଡ ଟିମ ପଡିଆକୁ ଓହ୍ଲାଇଥିଲା। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟ୍ ଓ ୩ୟ ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା। ୨ୟ ମ୍ୟାଚକୁ ଭାରତ ୭ ୱିକେଟରେ ଜିତିଥିଲା ବେଳେ ୪ର୍ଥ ମ୍ୟାଚରେ ୮ ରନ୍ରେ ବିଜୟ ଆସଲ କରିଥିଲା। ତେଣୁ ଆଜିର ମୁକାବିଲା ଉଭୟ ଇଂଲଣ୍ଡ ଓ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ରୋହିତ ଏହି ଶେଷ ମ୍ୟାଚ୍ରେ ଅର୍ଦ୍ଧ ଶତକ ମାରିଛନ୍ତି। ସେ କେବଳ ୩୪ ବଲ୍ଖେଳି ୬୪ ରନ୍କରିଛନ୍ତି।
ରୋହିତଙ୍କ ପରେ ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ମାରିଛନ୍ତି। ସେ ୩୬ଟି ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ରୋହିତ କେବଳ ୩୦ଟି ମ୍ୟାଚ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ରୋହିତ୍ଙ୍କ ପରେ ସୂର୍ଯ୍ୟକୁମାର ଯାଦବ ଆସିଥିଲେ ସେ ଆସୁଆସୁ ଦୁଇଟି ଛକ୍କା ମାରିଥିଲେ। ୧୭ ଟି ବଲ୍ରେ ୨ଟି ଛକ୍କା ଏବଂ ୩ଟି ଚୋକା ମାରି ୩୨ରେ ଆଉଟ୍ହେଲେ ସୂର୍ଯ୍ୟକୁମାର, ତାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲେ ଖେଳିବା ପାଇଁ। ସେ ବର୍ତ୍ତମାନ ବିରାଟ କୋହଲିଙ୍କର ସାଥି ଦେଇଥିଲେ। ଇଲଣ୍ଡ ତରଫରୁ ଜସ୍ ବଟଲର ୩୪ଟି ବଲ୍ ଖେଳି ୫୨ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଡେଭିଡ୍ ମଲାନ୍ ୪୬ ବଲ୍ ଖେଳି ୬୮ ରନ୍ ସଂଗ୍ରହ କରିଛନ୍ତି। ପ୍ରଥମ ଦୁଇଟି ୱିକେଟ୍ ନେଇଥିଲେ ଭୁବନେଶ୍ୱର କୁମାର। ଏହା ପରେ ବୟୋରଷ୍ଟୋ ଆସିଥିଲେ ସେ କେବଳ ୭ଟି ବଲ୍ ଖେଳି ୭ ରନ୍ ମାରିବା ପରେ ସାର୍ଦୁଲଙ୍କର ଶିକାର ହୋଇଥିଲେ। ଇଲଣ୍ଡ କ୍ୟାପଟେନ୍ ଇଅନ୍ ମୋର୍ଗାନ ମଧ୍ୟ ୪ଟି ବଲ୍ ଖେଳି କେବଳ ଗୋଟିଏ ରନ୍ କରି ପାଣ୍ଡ୍ୟାଙ୍କର ଶିକାର ହୋଇଥିଲେ। ଏହା ପରେ ଭାରତର ନିୟନ୍ତ୍ରଣକୁ ମ୍ୟାଚ୍ ସମ୍ପୂର୍ଣ୍ଣଭାବେ ଆସିଯାଇଥିଲା।