ପରିତ୍ୟକ୍ତ ଘରେ ପୋଲିସ ଚଢାଉ ଦେହଜିବୀ ଉଦ୍ଧାର, ଦଲାଲ ଓ ଗ୍ରାହକ କୋର୍ଟ ଚାଲାଣ

Spread the love

ବାଲିଚନ୍ଦ୍ରପୁର, ୧୦/୪ (ସନ୍ଧାନ ନିୟୁଜ/ମାନସ ରାଉତ) ବାଲିଚନ୍ଦ୍ରପୁର ପୋଲିସ ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ପତରାଜପୁର ଛକ ନିକଟରେ ପର୍ଯ୍ୟଟନ ବିିୀଭାଗର ଏକ ପରିତ୍ୟକ୍ତ ଘରୁ ଜଣେ ଦେଜୀବିକୁ ଉଦ୍ଧାର କରୁଥିବା ବେଳେ ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଦୁଇ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିିଛିି । ଗିରଫ ଅଭିଯୁକ୍ତ ମାନେ ହେଲେ ଘଟଣାର ମାଷ୍ଟର ମାଇଣ୍ଡ ଏହି ଥାନା ଅନ୍ତର୍ଗତ ପତରାଜପୁର ଗ୍ରାମର କୁନା ଘଡେଇ (୪୨) ଓ କଟକ ଜିିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ପଣସପୁର ଗ୍ରାମର ସୁମନ୍ତ ସାହୁ (୪୦) । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ପାଶ୍ୱରେ ପର୍ଯ୍ୟଟନ ବିଭାଗର ପରିତ୍ୟକ୍ତ ଗୃହରେ ଦେହ ବ୍ୟବସାୟ ଚାଲିଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ରାତ୍ରିି ପାୟ ୯ ଟା ସମୟରେ ଥାନାଧିକାରୀ ସୁକାନ୍ତ ପାତ୍ର ସଦଳ ବଳେ ଚଢାଉ କରିଥିିଲେ । ଚଢାଉ ସମୟରେ ପୋଲିସ ଭଦ୍ରକ ଅଞ୍ଚଳର ଜଣେ ଦେହଜୀବୀ ସହିତ ଗ୍ରାହକ ସୁମନ୍ତକୁ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ବିଭିନ୍ନ ସ୍ଥାନରୁ ଦେହଜୀବିଙ୍କୁ ଆଣି ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ଚଲାଉଥିବା କୁନା କୁ ଗିରଫ କରିଥିଲା । ପୋଲିସ ପଚରା ଉଚୁରାରେ କୁନା ବିଭିନ୍ନ ଅଞ୍ଚଳରୁ ଦେହଜୀବୀ ମାନଙ୍କୁ ଆଣିି ସ୍ଥାନୀୟ ଅଞ୍ଚଳରେ ଏପର ହୀନ କାର୍ଯ୍ୟ ଚଳାଇଥିବା ସ୍ୱିକାର କରିଛି । ଏନେଇ ପୋଲିସ ପକ୍ଷରୁ ୮୯/୧୯ ରେ ଏକ ମାଲା ରୁଜୁ କରାଯାଇ ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଯୁବତୀର ଡାକ୍ତରୀମାଇନା କରାଯାଇ ଛାଡିଦିଆଯାଇଥିିବା ଥାନାଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

Related Posts

About The Author

Add Comment