ଲଣ୍ଡନରେ ଗିରଫ ହେଲା ନିରବ ମୋଦି, ଖୁବ୍‌ ଶୀଘ୍ର ଭାରତ ଅଣାଯିବା ସମ୍ଭାବନା

Spread the love

ଲଣ୍ଡନ, ୨୦/୩ (ସନ୍ଧାନ ନିୟୁଜ) : ଲଣ୍ଡନରେ ପଳାତକ ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଆଜି ଲଣ୍ଡନରେ ଗିରଫ ହୋଇଛି । ତାକୁ ଗିରଫ କରିବା ପାଇଁ ଦୁଇ ଦିନ ତଳେ ଲଣ୍ଡନର େଓ୍ଵଷ୍ଟମିନିଷ୍ଟର କୋର୍ଟ ଗିରଫ ପରଓ୍ଵାନା ଜାରି କରିଥିଲେ । ଏହି ଗିରଫଦାରି ପରେ ନିରବକୁ ଭାରତକୁ ପ୍ରତ୍ୟାର୍ପଣର ପଥ ପରିଷ୍କାର ହୋଇଥିବା କୁହାଯାଉଛି । ଭାରତ ସରକାର ନୀରବ ମୋଦିକୁ ଭାରତ ଆଣିବାକୁ ସକ୍ଷମ ହେଲେ ତାହା ମୋଦି ସରକାରଙ୍କ ଏକ ବଡ଼ ସଫଳତା ବୋଲି କୁହାଯିବ । ତାକୁ ଭାରତୀୟ ସମୟ ୩ଟା ୩୦ମିନିଟ୍‌ରେ େଓ୍ଵଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜିର କରାଯିବ । କୋର୍ଟରେ ନୀରବର ଓକିଲ ଜାମିନ୍‌ ପାଇଁ ଆବେଦନ କରିବାର ସମ୍ଭାବନା ରହିଛି ।

ଗତ ୯ ତାରିଖରେ ନିରବ ମୋଦିଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲା ବ୍ରିଟେନ। ବ୍ରିଟିଶ ଗୃହ ସଚିବ ସଜିଦ ଜାଭିଦ ଏହି ଅନୁରୋଧକୁ ଗ୍ରହଣ କରି ୧୩,୪୦୦ କୋଟି ଟଙ୍କାର ପଞ୍ଜାବ ନେସ୍ନାଲ୍ ବ୍ୟାଙ୍କ୍ ଠକେଇ ଅଭିଯୁକ୍ତ ନିରବଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ ବୋଲି ଜଣାଇଥିଲେ । ଭାରତ-ଇଂଲଣ୍ଡ ଚୁକ୍ତି ଅନୁସାରେ ନୀରବଙ୍କ ପ୍ରତ୍ୟାର୍ପଣ ପ୍ରକ୍ରିୟା ପାଇଁ ଲଣ୍ଡନର େଓ୍ଵଷ୍ଟ୍ମିନିଷ୍ଟର୍ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଅନୁମତି ଜରୁରୀ ।

ସୂଚନାଯୋଗ୍ୟ, ମୋଦି ଏବଂ ତାଙ୍କ ମାମୁ ମେହୁଲ୍ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର  ମୁମ୍ବାଇ ଶାଖା ୨୦୧୧ ମସିହାରୁ ନିରବଙ୍କୁ ତାଙ୍କର ଠକେଇ କାରବାରରେ ସମର୍ଥନ ଦେଇ ଆସୁଥିଲେ ବୋଲି ଜାଣିବାକୁ ମିଳିିଥିଲା। ୨୦୧୮ ମସିହାରେ ଏହି ଠକାମୀ ଲୋକଲୋଚନକୁ ଆସିବାରୁ ତଦନ୍ତକାରୀ ଦଳ ମୋଦି ଏବଂ ତାଙ୍କ ମାମୁ ଚୌକସିଙ୍କୁ ନେଇ ତଦନ୍ତ ଆରମ୍ଭ କରିଥିଲେ।

ସିବିଆଇ ଏବଂ ପ୍ରବର୍ତ୍ତନ ମନ୍ତ୍ରାଳୟ(ଇଡି) ଓ ବିଭିନ୍ନ ତତନ୍ତକାରୀ ସଂସ୍ଥା ତଦନ୍ତ ଆରମ୍ଭ କରି ଇଡି ନିରବଙ୍କ ବିରୋଧରେ ଅର୍ଥ ଠକେଇ ମାମଲା ରୁଜୁ କରିଥିଲେ। ନୀରବଙ୍କର ସୁନା-ଅଳଙ୍କାର ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ମନ୍ତ୍ରାଳୟ ଜବତ ବି କରିଥିଲା।

Related Posts

About The Author

Add Comment