ରସୁଲପୁର, ୧୨ /୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଂଚାୟତରେ ବାଲିଘାଟକୁ ନେଇ ବିବାଦ ଲାଗି ରହିଛି । ନିଲାମଧାରୀ ଘାଟରୁ ବାଲି ଉଠାଇବାକୁ ପଂଚାୟତର ସରପଂଚଙ୍କ ସମର୍ଥକମାନେ ବିରୋଧ କରୁଛନ୍ତି । ବାଲି ମାଫିଆଙ୍କ ଦ୍ୱାରା ବେଆଇନ ବାଲି ଘାଟରୁ ବାଲି ଉଠିବା ପାଇଁ ଟ୍ରାକ୍ଟର ଚାଳକମାନଙ୍କୁ ବାଧ୍ୟ କରାଯାଉଛି । ଏହିକ୍ରମରେ ଟ୍ରାକ୍ଟର ଚାଳକ ପାଣିକୋଇଲି ଥାନା ଅନ୍ତର୍ଗତ ନରପଦା ଗ୍ରାମର ଦୁର୍ଯେ୍ୟାଧନ ସାହୁଙ୍କୁ ମୀନା ସିଂ ମାଡ ମାରିଥିଲେ । ଏ ସଂପର୍କରେ ଦୁର୍ଯୋଧନ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ କେସ୍ ନଂ-୫୭/୧୯ରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ମୀନାକୁ ଗିରଫ କରିଛି । ପ୍ରକାଶଥାଉ କି ଏହି ପଂଚାୟତରେ ଗତ କେଇଦିନ ମଧ୍ୟରେ ବେଆଇନ ବାଲି ଘାଟକୁ ନେଇ ବାଦବିବାଦ ଉପୁ୍ିଛି । ଏ ସଂପର୍କରେ କୁଆଖିଆ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି । ଉକ୍ତ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଠୁନୁ ବେହେରାକୁ ପୋଲିସକୁ ଗିରଫ କରିବାରେ ବିଫଳ ହୋଇଛି । ଏହାକୁ ନେଇ ପଂଚାୟତରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
Share and Subscribe



