କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ କୋରାପୁଟ ଗ୍ରସ୍ତ

Spread the love

କୋରାପୁଟ, ୯/୩ (ସନ୍ଧାନ ନିଉଜ/ସରୋଜ କୁମାର ଲେଙ୍କା)  : କୋରାପୁଟ ଜିଲ୍ଲାର ଜୟପୁର ଠାରେ ଆଜି ଅପରାହ୍ନ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲଗାନ୍ଧୀ ଜୟପୁର ଉଡାଜାହାଜ ପଡିଆରେ ପହଞ୍ଚିଥିଲେ। ସେଠାରୁ ସେ ଚାରିଚକିଆ ଯାନଯୋଗେ ଗାନ୍ଧିଛକ ନିକଟ ଡଙ୍ଗାଗୁଡାସ୍ଥିତ କଲ୍ୟାଣମଣ୍ଡପରେ ପହଞ୍ଚି ବିଶ୍ୱମହିଳା ଦିବସ ଉପଲକ୍ଷେ ମହିଳା ମାନଙ୍କ ସହ ଆଲୋଚନା କଲେ। ତାପରେ ଜୟପୁର ଏକମ୍ବାସ୍ଥିତ ଜନସମାବେଶରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଲେ। ଏହା ପରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ଵର ପଞ୍ଚୟତ ର ସିରିବେଡା ଗ୍ରାମର ଆଦିବାସୀ ରାଣୀ ୨୦୧୮ ବିଜେତା ପଲ୍ଲଭି ଦୁରୁଆ ଙ୍କୁ ସଭା ସ୍ଥଳରେ ଭେଟିଥିଲେ ।ଉକ୍ତ ସମାବେଶରେ କହିଲେ ଓଡିଶାରେ କଂଗ୍ରେସ ସରକାର ଶାସନକୁ ଆସିଲେ କୃଷକମାନେ ଧାନ କ୍ୱିଣ୍ଟାଲପିଛା ୨୫୦୦ ଟଙ୍କା ପାଇବେ ଓ ବୁଢାବୁଢୀ ମାନଙ୍କୁ ଭତ୍ତା ୧ହଜାର ଦିଆଯିବ। ଗରୀବ ଝିଅମାନଙ୍କ ପାଠପଢା ଖର୍ଚ୍ଚ ସରକାର ବହନ କରିବେ ଓ ବାହାଘର ପାଇଁ ଆର୍ଥିକ ଅନୁଦାନ ମିଳିବ। ଏହାପରେ ଏକମ୍ବାରୁ ଉଡାଜାହାଜ ପଡିଆ ଯାଇ ଦିଲ୍ଲୀ ଅଭିମୁଖେ ଯାତ୍ରାକଲେ। ଏହି ଉଦବୋଧନ ସମାରୋହରେ କଂଗ୍ରେସ ନେତା ନରସିଂହ ମିଶ୍ର, ବିଧାୟକ ଚନ୍ଦ୍ରଶେଖର ମାଝୀ, ବିଧାୟକ ତାରାପ୍ରସାଦ ବାହିନୀପତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କୋରାପୁଟଜିଲ୍ଲାର ସମସ୍ତ କଂଗ୍ରେସ ବିଧାୟକ ଓ କଂଗ୍ରେସ କର୍ମୀ ଉପସ୍ଥିତଥିଲେ। ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ସମାବେଶରେ ଯୋଗ ଦେଇଥିଲେ। ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାପାଇଁ ବ୍ୟାପକ ପୋଲିସର ନିୟୋଜିତ କରାଯାଇଥିଲା।

Related Posts

About The Author

Add Comment