ଭିଭିପାଟ୍ ସଚେତନତା ରଥ ଗାଁକୁ ଗଡିଲା

Spread the love

ରସୁଲପୁର, ୭/୩ (ସନ୍ଧାନ ନିୟୁଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ କାର୍ଯ୍ୟାଳୟ ପରିସରରୁ ଭିଭିପାଟ୍(ଭୋଟର ଭେରିଫାଏବଲ ପେପର ଟ୍ରେଲର) ସଚେତନତା ରଥ ଗାଁକୁ ଗଡିଛି । ରସୁଲପୁର ବିଡିଓ ଉମାକାନ୍ତ ପରିଡା, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଜିପିଓ ଦିବ୍ୟକାନ୍ତି ମିଶ୍ର, ଜନମଙ୍ଗଳ ସଂପ୍ରସାରଣ ଅଧିକାରୀ ବିବେକାନନ୍ଦ ସାମଲ, ଏପିଓ ବିଷ୍ଣୁଦତ୍ତ ଧଳ, ସହକାରୀ ଯନ୍ତ୍ରୀ ଯତିନ୍ଦ୍ରମୋହନ ସ୍ୱାଇଁ ପ୍ରମୁଖ ଯୋଗଦେଇ ସଚେତନତା ରଥକୁ ସ୍ୱାଗତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ରଥ ବ୍ଲକ ଅଧିନରେ ଥିବା ୧୬୦ଟି ଗାଁ ବୁଲି ଜନସଚେତନତା ସୃଷ୍ଟି କରିବ । ଚଳିତବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବଚନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ ସହ ଭିଭିପାଟ୍ର ବ୍ୟବହାର ହେଉଛି । ଏହି ମେସିନର ବ୍ୟବହାରିତା ଓ ତାର ଉପଯୋଗିତା ସଂପର୍କରେ ଭୋଟରମାନଙ୍କୁ ସଚେତନ କରାଇବ । ଭୋଟଦାନ ପରେ ଜଣେ ଭୋଟର ତାର ମତଦାନ ସଂପର୍କରେ ସୁନିଶ୍ଚିତ ହୋଇପାରିବେ । ଯେଉଁ ରାଜସ୍ୱ ଗ୍ରାମରେ ୧୮୦୦ରୁ ଉର୍ଦ୍ଧ ଭୋଟର ଥିବେ ଉକ୍ତ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ ବୋଲି ଅତିଥିଗଣ ମତ ରଖିଥିଲେ । ନୂତନ ମେସିନର ବ୍ୟବହାରିତା ଓ ତାର ଉପେଯାଗିତା ସଂପର୍କରେ ଜାଣିବ ଦିଗରେ ନୂତନ ଭୋଟରମାନଙ୍କର ବିଶେଷ ଉତ୍ସାହ ରହିଥିବାର ଜଣାଯାଇଛି ।

Related Posts

About The Author

Add Comment