ରସୁଲପୁର,୨/୩ (ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ଅତଲାପରୁ ପଂଚାୟତରେ ଆଜି ଅପରାହ୍ନରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆମ ଗାଁ ଆମ ବିକାଶ ଯୋଜନା ଜରିଆରେ ୨୫ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ଗ୍ରାମରେ ନିର୍ମାଣ ହୋଇଥିବା ୯ଗୋଟି ପ୍ରକଳ୍ପକୁ ବରୀ ବିଧାୟକ ଦେବାଶିଷ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏଥିସହ ବିଧାୟକ ଶ୍ରୀ ନାୟକ ଏକ ସାଧାରଣ ସଭାରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ସରପଂଚ ପ୍ରଫୁଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରୀ ବ୍ଲକ ସଭାପତି ସେକ୍ ସଫିଉଦ୍ଦିନ, ସରପଂଚ କେଦାର ସାମଲ, ସମିତି ସଭ୍ୟ ଲକ୍ଷ୍ମୀଧର ମହାନ୍ତି, ପ୍ରାକ୍ତନ ସରପଂଚ ତୁଳସୀ ମଳିକ, ସମତିସଭ୍ୟା ପ୍ରଭାତି ସେଠୀ, ଜିଲା ଯୁବ ବିଜେଡି ଉପ-ସଭାପତି ପ୍ରଭାତ ପୃଷ୍ଟି, ସଂପାଦକ ବାସୁଦେବ ସର, ବିଜେଡି ସଭାପତି ଉଦ୍ଦବ ପୃଷ୍ଟି, ଯୁବନେତା ମାନସ ରଂଜନ ବାରିକ, ବିଦ୍ୟାଧର କରଣ, ନିରଞ୍ଜନ ସାହୁ, ରାମଚନ୍ଦ୍ର ସାହୁ, ଇମାମ୍ ଉଦ୍ଦିନ, କରିମ ଅଲ୍ଲୀ, ସେକ୍ ସଲମନ, କାର୍ତ୍ତିକ ସାହୁ, ବିଦ୍ୟାଧର ସେଠୀ, ପ୍ରକାଶ ସାହୁ, ଖଗେଶ୍ୱର ବାରିକ ପ୍ରମୁଖ ସଭାରେ ଯୋଗଦେଇ ବିଧାୟକଙ୍କ ହାତମୁଠା ଟାଣ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ସଭାରେ ନିର୍ବାଚନୀ ଉଷ୍ମତା ବାରି ହୋଇପଡୁଥିଲା । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବରୀ ବିଧାୟକଙ୍କ ପ୍ରାରମ୍ଭିକ ପ୍ରସ୍ତୁତି । ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସବୁ ଗାଁରେ ବିଧାୟକ ପହଁଚିବେ ଓ ନବୀନ ସରକାରଙ୍କର ଉନ୍ନତିମୂଳକ ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏହା ଏକ ପ୍ରୟାସ ମାତ୍ର ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ଏଥିସହ ପଂଚାୟତରେ ପାନୀୟ ଜଳ ପ୍ରକଳ୍ପ ସମସ୍ୟା ଦୂର କରିବା ଦିଗରେ ବିଧାୟକଙ୍କ ପକ୍ଷରୁ ୧.୫୦କୋଟି ଟଙ୍କାର ପ୍ରକଳ୍ପ ମଂଜୁର ହୋଇଛି । ପଂଚାୟତର ଯୁବକମାନଙ୍କର ଦୌଡକୁଦ ପାଇଁ ଏକ ମିନି ଷ୍ଟାଡିଅମ ପାଇଁ ବ୍ୟୟବରାଦ ହୋଇଛି ବୋଲି ସରପଂଚ ଶ୍ରୀ ସାହୁ ସୂଚନା ପ୍ରଦାନ କରିଥିଲେ ।
ଅତଲାପରୁର ପଂଚାୟତରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ସମାରୋହ
|
March 2, 2019 |



