ନୂଆଦିଲ୍ଲୀ,୨୫/୨(ସନ୍ଧାନ ନିଉଜ) : ପୁଲ୍ଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ବ୍ୟବହାର କରାଯାଇଛି ବୋଲି ମନେ କରାଯାଉଥିବା ଲାଲ୍ ରଙ୍ଗର ଇକୋ କାର୍ର ସିସିଟିଭି ଫୁଟେଜ୍ ଉଦ୍ଧାର କରିଛି ନେସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି। ସିଆର୍ପିଏଫ୍ ଯାନ ଧାଡ଼ି ମଧ୍ୟକୁ ଯାଇ ପିଟିହେବା ପୂର୍ବରୁ ଏହି ଭିଡିଓ ରେକର୍ଡିଙ୍ଗ୍ କରାଯାଇଥିଲା। କାର୍ର ମାଲିକଙ୍କୁ ମଧ୍ୟ ଏନ୍ଆଇଏ ଚିହ୍ନଟ କରାଯାଇଛି। ଆକ୍ରମଣ ଦିନ ଠାରୁ କାର୍ ମାଲିକ ନିରୁଦ୍ଦେଶ ହୋଇ ଯାଇଛନ୍ତି।
ସେ ଲାଲ୍ ରଙ୍ଗର ଇକୋ କାର୍ଟିକୁ ଜୈଶ୍-ଲ-ଅହମ୍ମଦର ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଆଦିଲ୍ ଅହମଦ୍ ଚଳାଉଥିବାର ଦେଖାଯାଉଛି।
କାର୍ଟି ୨୦୧୦-୧୧ ମଡେଲ୍ର ହୋଇଥିବା ଅନୁମେୟ। ତାହାକୁ ପୁଣି ଥରେ ରଙ୍ଗ କରାଯାଇଥିଲା। ତଦନ୍ତକାରୀମାନେ ଘଟନାସ୍ଥଳରୁ କାର୍ଟିର ସକ୍କର୍ ପାଇଛନ୍ତି। ଏଥିରୁ ଗାଡ଼ିଟିର ନିର୍ମାଣ ବର୍ଷ ଜଣାପଡ଼ିବ।
ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଅନୁଯାୟୀ, ଲାଲ୍ ଇକୋରେ ଥିବା ଲୋକଟି ବାରମ୍ବାର ଯାନଧାଡ଼ି ପାଖରେ ଦିଶୁଥିଲା। ତିନି ନମ୍ବର ବସ୍ର ଚାରିଜଣ ଏସ୍କର୍ଟ ଦୁଇ ତିନି ଥର ତାଙ୍କୁ ଦୂରେଇ ଯିବାକୁ କହିବା ସତ୍ତ୍ୱେ ସେ ବାଁ ପଟ ଡାହଣ ପଟ ହୋଇ ଗାଡ଼ି ଚଳାଉଥିଲେ।ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଅନୁଯାୟୀ, ଲାଲ୍ ଇକୋରେ ଥିବା ଲୋକଟି ବାରମ୍ବାର ଯାନଧାଡ଼ି ପାଖରେ ଦିଶୁଥିଲା। ତିନି ନମ୍ବର ବସ୍ର ଚାରିଜଣ ଏସ୍କର୍ଟ ଦୁଇ ତିନି ଥର ତାଙ୍କୁ ଦୂରେଇ ଯିବାକୁ କହିବା ସତ୍ତ୍ୱେ ସେ ବାଁ ପଟ ଡାହଣ ପଟ ହୋଇ ଗାଡ଼ି ଚଳାଉଥିଲେ।



