ବୈପାରିଗୁଡା: ବେନ୍ଦ୍ରାଗୁଡା ଛକରେ ବିଶ୍ରାମ ଗୃହ ଠାରେ ମାଓବାଦୀ ମାନେ ଆଉ ତିନୋଟି ପୋଷ୍ଟର ଛାଡିଲେ

Spread the love

ବୈପାରିଗୁଡା,୧୨/୨(ସନ୍ଧାନ ନିୟୁଜ) – ବୈପାରିଗୁଡା ଥାନା ଅନ୍ତର୍ଗତ ଦୋରଗୁଡା ପଞ୍ଚୟତ ର ବେନ୍ଦ୍ରାଗୁଡା ଛକ ରେ ଥିବା ବିଶ୍ରାମ ଗୃହ ଠାରେ ମାଓବାଦୀ ମାନେ ଆଉ ତିନୋଟି ପୋଷ୍ଟର ଛାଡିଯାଇଥିବା ଦେଖିବାକୁ ମିଳିଛି ।ସୂଚନା ଥାଉ କି କିଛି ଦିନ ତଳେ ବୈପାରିଗୁଡା ସ୍ଥିତ ଗୁଣ୍ଠାଗୁଡା ଛକ ରେ ମଧ୍ୟ ଏକ ପୋଷ୍ଟର ମାରିଥିଲେ ପୁଣି ଆଜି ବେନ୍ଦ୍ରାଗୁଡ଼ା ଛକ ରେ ମାରିଥିବା ପୋଷ୍ଟର ରେ ଉଲ୍ଲେଖ ରହିଛି ଯେ,ଦୋରଗୁଡା ମାଠପଡା ଜଙ୍ଗଲ ଅଧିନରେ ଥିବା ସାଧୁ ପରଜା ଏବଂ ଘାସି ପରଜା ଙ୍କ ନାମରେ ଥିବା ଆକାଶିଆ ଗଛକୁ ବୈପାରିଗୁଡା ର ବଳରାମ ନାୟକ ଏବଂ ଜୟପୁର ର ଆଉ ଜଣେ ମାଲିକ ଏକତ୍ର ହୋଇ ଗରିବ ସାଧୁ ପରଜା ଏବଂ ଘାସି ପରଜା ଙ୍କୁ ୧୦ହଜାର ଟଙ୍କା ଦେଇ ଗଛକୁ ଚାରିକାନି କଣ୍ଟାବାଡ ଦେଇ ରଖିଛନ୍ତି ।ତେଣୁ ଏଥିନିମନ୍ତେ ବୈପାରିଗୁଡା ର ବଳରାମ ନାୟକ ଙ୍କୁ ଚେତାବନୀ ଦେଇଥିବା ପ୍ରଥମ ପୋଷ୍ଟର ରେ ଉଲେଖ ଅଛି ।ଏହା ବ୍ୟତୀତ ମାଠପଡା ଜଙ୍ଗଲ ଭିତରେ ମଧ୍ୟ ମାଓବାଦୀଙ୍କ ବିଭିନ୍ନ ପୋଷ୍ଟର ପଡିଥିବା ଦେଖିବାକୁ ମିଳିଛି ।ବର୍ତ୍ତମାନ ସୁଦ୍ଧା ବୈପାରିଗୁଡା ପୋଲିସ ଏହି ପୋଷ୍ଟର କୁ ଆୟତ କରିନଥିବା ଜଣାପଡ଼ିଛି ।

 

ରିପୋର୍ଟ – ସରୋଜ କୁମାର ଲେଙ୍କା ,  ବୈପାରିଗୁଡା

Related Posts

About The Author

Add Comment