ଜୟପୁର, ୧୦ /୨(ସନ୍ଧାନ ନିୟୁଜ) : ରାଜସ୍ଥାନରେ ହୋଇଥିବା ଗୁଜ୍ଜର ଆନ୍ଦୋଳନ ପାଇଁ ଫେବ୍ରୁଆରି ୧୦ ତାରିଖରେ ଉତ୍ତର ରେଳବାଇର ୧୮ଟି ଟ୍ରେନ୍ ଚଳାଚଳକୁ ବାତିଳ କରି ଦିଆଯାଇଛି। କେବଳ ୧୦ ତାରିଖରେ ନୁହେଁ, ଲଗାତର ୪ ଦିନ ଧରି କେତେକ ଟ୍ରେନ୍ ଚଳାଚଳକୁ ଆନ୍ଦୋଳନ ପାଇଁ ବାତିଲ୍ କରାଯାଇଛି। ଏଏନ୍ଆଇ ପକ୍ଷରୁ ହୋଇଥିବା ଟୁଇଟ୍ରୁ ଜାଣିବାକୁ ମିଳିଛି ଯେ ୧୧ ତାରିଖରେ ଚଳାଚଳ କରିବାକୁ ଥିବା ୧୦ଟି ଟ୍ରେନ୍କୁ ବାତିଲ୍ କରି ଦିଆଯାଇ ଥିବା ବେଳେ ୧୨ ତାରିଖରେ ଚାଲିବାକୁ ଥିବା ୧୨ଟି ଟ୍ରେନ୍ ଓ ୧୩ ତାରିଖର ୧୫ଟି ଟ୍ରେନ୍କୁ ବାତିଲ କରି ଦିଆଯାଇଛି। ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକର ତାଲିକା ନିମ୍ନରେ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୫ ପ୍ରତିଶତ ସଂରକ୍ଷଣ ଦାବି କରି ଗୁଜ୍ର ସଂପ୍ରଦାୟ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି।