ଗୋଟିଏ ପରିବାର ୫ ଜଣଙ୍କୁ ହତ୍ୟା ଅଭିଯୋଗ

Spread the love

ବଣେଇ ୨୬/୧ (ସନ୍ଧାନ ନିୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କୋଇଡ଼ା ଥାନା ଇନ୍ଦୁପୁର ଗ୍ରାମରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତକ ମହିଳାଙ୍କ ସ୍ୱାମୀ। ମୃତକଙ୍କ ମଧ୍ୟରେ ମାଆ ଓ ଚାରି ଶିଶୁ ରହିଛନ୍ତି। ଘରେରକ୍ତ ଛିଟା ଲାଗିଥିବା ନେଇ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥାଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment